ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀ

କଟକ ଅଫିସ, ୨ା୩:ପୋଲିସ ବିଭାଗରେ କାମ କରୁଛନ୍ତି। ନା ମିଳୁଛି ଦରମା ନା ମିଳୁଛି ଛୁଟି। ଦୂରରେ ଥିବା ସ୍ବାମୀଙ୍କ ବିନା ଏକୁଟିଆ ସଂସାର ଜାଲରେ ଛନ୍ଦି ହୋଇପଡୁଛି। ପିଲାଛୁଆଙ୍କୁ ଭଲରେ ଦିମୁଠା ଖାଇବାକୁ ଦେଇପାରୁନାହିଁ। ଏଭଳି ପରିସ୍ଥିତିରେ ମୋ ସ୍ବାମୀଙ୍କୁ ନ୍ୟାୟ ଦିଆଯାଉ ବୋଲି ଡିଜିପିଙ୍କ ନିକଟରେ ଫେରାଦ ହୋଇଛନ୍ତି କଟକ ଜିଲା ବଡମ୍ବା ଅଞ୍ଚଳର ମହିଳା ପ୍ରବାସିନୀ ଚୌଧୁରୀ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରବାସିନୀଙ୍କ ସ୍ବାମୀ ବିଜୟ କୁମାର ଚୌଧୁରୀ ର୍‌ ୧୪ ବର୍ଷ ଧରି ମାଲକାନଗିରିସ୍ଥିତ ତୃତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ଘରେ ୧୦ ବର୍ଷର ପୁଅ ଓ ୨ ବର୍ଷର ଛୋଟ ଝିଅ ଅଛନ୍ତି। ସ୍ତ୍ରୀଙ୍କ ଦେହ ଅତିମାତ୍ରାରେ ଅସୁସ୍ଥ ହେବାରୁୁ ବିଜୟ ଉପରିସ୍ଥ ଅଧିକାରୀ ତଥା କମାଣ୍ଡାଣ୍ଟଙ୍କୁ ଅନ୍‌ଲାଇନ୍‌ରେ ଛୁଟି ପାଇଁ ଆବେଦନ କରିଥିଲେ। କମାଣ୍ଡାଣ୍ଟ ପ୍ରଥମେ ଛୁଟି ମଞ୍ଜୁର କରିଥିଲେ ମଧ୍ୟ ପରେ ତାହାକୁ ନାକଚ କରିଦେଇଥିଲେ। ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଥିବା ସମସ୍ତ କାଗଜପତ୍ର କମାଣ୍ଡାଣ୍ଟଙ୍କ ପାଖରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମୋର ମୁର୍ଚ୍ଛାବାତ ରୋଗ ଅଛି। ଯେକୌଣସି ସମୟରେ ଏହା ବାହାରିପାରେ। ମୋ ସ୍ବାମୀଙ୍କର ଫେବୃୟାରୀର ଦରମା ବନ୍ଦ କରିଦିଆଯାଇଛି। ଫଳରେ ଘରକୁ ଟଙ୍କା ଆସିବା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଆମ ପରିବାର କେମିତି ଚଳିବ, ପିଲାମାନେ କେମିତି ପାଠ ପଢ଼ିବେ ବୋଲି ସେ ଅଭିଯୋଗ କରିଛନ୍ତି। କମାଣ୍ଡାଣ୍ଟଙ୍କ ବିରୋଧରେ ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ମୋର ସ୍ବାମୀ ଜଣାଇଥିଲେ। ହେଲେ କମାଣ୍ଡାଣ୍ଟ ମୋ ସ୍ବାମୀଙ୍କ ବିରୋଧରେ ମିଛ ମକଦ୍ଦମା ଦାଏର କରି ତାଙ୍କ ବିରୋଧରେ ପ୍ରୋସିଡିଂ କରିଛନ୍ତି ବୋଲ ପ୍ରବାସିନୀ ଅଭିଯୋଗ କରିଛନ୍ତି। ସବୁଆଡୁ ନିରାଶ ହେବା ପରେ ପ୍ରବାସିନୀ ଦୁଇବର୍ଷର ଛୁଆକୁ ଧରି ସୋମବାର କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଡିଜିପିଙ୍କୁ ଦାବିପତ୍ର ଦେଇଥିଲେ। ତୁରନ୍ତ ଏହି ଘଟଣାର ତର୍ଜମା କରି ମୋ ସ୍ବାମୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ପ୍ରବାସିନୀ କହିଛନ୍ତି। ଏ ନେଇ ଡିଜିପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri