ସୀମାନ୍ତରେ ଯାଞ୍ଚ ହୁଗୁଳା : ୩ୟ ଲହରକୁ ନେଇ ଚିନ୍ତାରେ ଜଳେଶ୍ୱରବାସୀ

ଜଳେଶ୍ୱର, ୨୯।୬(ଡି.ଏନ.ଏ.)-ପ୍ରବାସୀଙ୍କ ଅବାଧ ପ୍ରବେଶକୁ ରୋକିବା ଲାଗି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମଧ୍ୟ ଦେଇଯାଇଥିବା ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ବ୍ୟାରିକେଡ କରାଯାଇ ଯାଞ୍ଚ କରାଯାଉଥିଲା। ହେଲେ ଏବେ ଉପାନ୍ତରେ ବ୍ୟାରିକେଡ ହୋଇଥିବା ସମସ୍ତ ରାସ୍ତା ମୁକୁଳା ପଡିଛି। ଏପରିକି ୬୦ନଂ.ଜାତୀୟ ରାଜପଥରେ ହେଉଥିବା ଯାଞ୍ଚ ମଧ୍ୟ ହୁଗୁଳା ହେଉଛି। ଫଳରେ ଦୁଇ ରାଜ୍ୟର ଉପାନ୍ତ ଗ୍ରାମରେ ବସୁଥିବା ସାପ୍ତାହିକ ହାଟ ଓ ବିବାହ ଭୋଜିକୁ ହଜାର ହଜାର ଲୋକ ଅନାୟାସରେ ଯିବା ଆସିବା କରିବା ସହ ସାମାଜିକ ଦୂରତା ନିୟମକୁ ଊଲ୍ଲଂଘନ କରିଚାଲିଛନ୍ତି।
କରୋନାର ୨ୟ ଲହର ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରୁ ସେଠାରେ ସ୍ବତନ୍ତ୍ର ପୋଲିସ୍‌ ବ୍ୟବସ୍ଥା କରାଯିବା ସହିତ ଉପାନ୍ତ ପଶ୍ଚିମବଙ୍ଗକୁ ଲାଗି ରହିଥିବା କେତେକ ମୁଖ୍ୟ ରାସ୍ତା ଓ ଗଳା ରାସ୍ତାକୁ ସିଲ୍‌ କରାଯାଇଥିଲା ା ଏବେ ବାଲେଶ୍ୱର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଏଭଳି ସ୍ଥିତିରେ ଉପାନ୍ତରେ ବ୍ୟାରିକେଡ ହୋଇଥିବା ସମସ୍ତ ରାସ୍ତା ମୁକୁଳା ପଡିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ପଶ୍ଚିମବଙ୍ଗର ବହୁ କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି। ଜଗନ୍ନାଥ ସଡ଼କ ହାଟପଦା ନିକଟ, ୬୦ନଂ. ଜାତୀୟ ରାଜପଥ ଟୋଲପ୍ଲାଜା ନିକଟ ସ୍ଲିପିଂ ରୋଡ଼, ଆମ୍ବଳିଅଠା-ସୋଲପଟା ଓ ସୁଗୋ-ମାଟିପୁରା ରାସ୍ତାରେ ପୋଲିସ୍‌ ପହରା ନ ଥିବାରୁ ଦୁର୍ବୃତ୍ତମାନେ ବ୍ୟାରିକେଡ୍‌କୁ ଭାଙ୍ଗି ଅବାଧରେ ଯାନବାହନ ଚଳପ୍ରଚଳ କରୁଥିବାରୁ ଜଳେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ା ରାଜ୍ୟରେ କରୋନର ୩ୟ ଲହର ଓ ଡେଲ୍ଟା ପ୍ଲସ୍‌ ଚିନ୍ତା ବଢ଼ାଇଥିବା ବେଳେ ଉପାନ୍ତ ଜଳେଶ୍ୱର କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri