Posted inଖେଳ

୯ ବର୍ଷ ବୟସରେ ପଣ୍ଟିଂଙ୍କ ବ୍ୟାଟିଂ ଦେଖି ଭୟରେ ନିୟମ ବଦଳାଇ ଦେଇଥିଲା ସ୍କୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱରେ ଦେଶକୁ ୨ଥର ବିଶ୍ୱ ଚାମ୍ପିୟନ କରାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଣ୍ଟିଂଙ୍କ ନେତୃତ୍ୱଶୈଳୀ ଯେଉଁଭଳି ଉଚ୍ଚକୋଟୀର ବ୍ୟାଟିଂ ଦକ୍ଷତା ମଧ୍ୟ ସେହିଭଳି ଆହୁରି ଭଲ ଥିଲା। ପଣ୍ଟିଂଙ୍କ ବ୍ୟାଟିଂ ଦକ୍ଷତା ପିଲାଦିନରୁ ହିଁ ପରିସ୍ପୁଟିତ ହୋଇଥିଲା। ସେ ସ୍କୁଲରେ ଖେଳୁଥିବାବେଳେ ପ୍ରତିପକ୍ଷ ବୋଲରଙ୍କୁ ନିର୍ଘାତ ପ୍ରହାର କରୁଥିଲେ। ପଣ୍ଟିଂଙ୍କ ବ୍ୟାଟିଂରେ ଭୟଭୀତ ହୋଇ ତାସମାନିଆ ଷ୍ଟେଟ୍‌ ସ୍କୁଲ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ କରାଯାଇଥିଲା।


ପଣ୍ଟିଂଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା ସେହି ସିଜନ ସାରା ସେ କେବେ ହେଲେ ଆଉଟ୍‌ ହୋଇ ନ ଥିଲେ। ଏହି କାରଣରୁ ତାସମାନିଆ ଷ୍ଟେଟ୍‌ ସ୍କୁଲ କ୍ରିକେଟ୍‌ରେ ଏକ ନୂଆ ନିୟମ ପ୍ରଣୟନ କରାଯାଇଥିଲା। ଯେଉଁ ବ୍ୟାଟ୍ସମ୍ୟାନ ୩୦ ରନ୍‌ କରିବ ଏହାପରେ ସେ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିବ। ଏକ ସାକ୍ଷାତ୍‌କାର ଅବସରରେ ଏହି ମହାନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କହିଛନ୍ତି, ‘ସ୍କୁଲ କ୍ରିକେଟ୍‌ର ପ୍ରଥମ ସିଜନରେ ମୁଁ ଆଉଟ୍‌ ହୋଇ ନ ଥିଲି। ଏହି କାରଣରୁ ପରବର୍ତ୍ତୀ ବର୍ଷ ଖେଳ ନିୟମରେ ପରିବର୍ତ୍ତନ କରାଯାଇଥିଲା। ନୂତନ ନିୟମ ଅନୁଯାୟୀ ଯେଉଁ ବ୍ୟାଟ୍ସମ୍ୟାନ ୩୦ ରନ୍‌ ସଂଗ୍ରହ କରିବ ସେ ରିଟାୟାର୍ଡ ହର୍ଟ ହୋଇ ଫେରିବ। କିନ୍ତୁ ମୁଁ ଅଧିକ ସମୟ କ୍ରିଜରେ ରହିବା ଲାଗି ଓଭରର ପ୍ରଥମ ୫ଟି ବଲରେ ରନ୍‌ ସଂଗ୍ରହ କରୁ ନ ଥିଲି। କିନ୍ତୁ ଅନ୍ତିମ ବଲରେ ଏକ ରନ ନେଇ ନନ୍‌ ଷ୍ଟ୍ରାଇକ ପାର୍ଶ୍ୱକୁ ଯାଇ ପୁଣି ପରବର୍ତ୍ତୀ ଓଭର ବ୍ୟାଟିଂ କରୁଥିଲି। ଯେତେବେଳେ ନନ୍‌ ଷ୍ଟ୍ରାଇକ ପାର୍ଶ୍ୱ ଅମ୍ପାୟରଙ୍କ ନିକଟକୁ ଯାଉଥିଲି ମୋ ସ୍କୋର ବୁଝି ନେଉଥିଲି। ୨୯ ରନ ହୋଇ ଯାଇଥିଲେ ୪ କିମ୍ବା ୬ ମାରି ଦେଉଥିଲି।’ ପଣ୍ଟିଂ ଅଷ୍ଟ୍ରେଲିଆ ପକ୍ଷରୁ ୧୬୮ ଟେଷ୍ଟ ଓ ୩୭୫ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୩,୩୭୮ ଓ ୧୩,୭୦୪ ରନ କରିଛନ୍ତି। ଉଭୟ ଫର୍ମାଟ୍‌ରେ ତାଙ୍କ ନାମରେ ୭୧ ଶତକ ଲିପିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri