୪୪ ବର୍ଷ ବୟସରେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମିର ଖାଁଙ୍କ ହିଟ୍ ଫିଲ୍ମ କଥା ଯଦି ବିଚାରକୁ ନିଆଯାଏ ତେବେ କୟା ମତ ସେ କୟାମତକ, ଦିଲ, ୩ ଇଡିଅଟ୍ସ, ତାରେ ଜମିନ ପର, ଗଜନି, ଦଙ୍ଗଲ ଆଦିର ନାଁ ପ୍ରଥମେ ଆସିବ । ବେଶ କିଛି ବର୍ଷ ହେବ ନିଜର ନିଖୁଣ ଅଭିନୟ ପାଇଁ ସେ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । ସେ ବଲିଉଡ୍‌ର ଜଣେ ଭର୍ସାଟାଇଲ ଆକ୍ଟର ବୋଲି ମଧ୍ୟ କୁହାଯାଏ । କାରଣ ସବୁ ପ୍ରକାର ଚରିତ୍ରରେ ସେ ଅଭିନୟ କରିପାରନ୍ତି । ଫିଲ୍ମ ୩ ଇଡିଅଟ୍ସରେ ତାଙ୍କର ଅଭିନୟ ଆଜିବି ଦେଖିବାକୁ ଦର୍ଶକେ ଅପେକ୍ଷା ରଖନ୍ତି । ନିର୍ଦ୍ଦେଶକ ରାଜ କୁମାର ହିରାନିଙ୍କ ଏହି ଫିଲ୍ମରେ ୪୪ ବର୍ଷ ବୟସରେ ଆମିର ଏକ କଲେଜ ଛାତ୍ରର ଭୂମିକାରେ ନଜର ଆସିଥିଲେ । ବେଟେନ ୟୁନିଭର୍ସିଟିର ଦିକ୍ଷାନ୍ତ ସମାରୋହ ୨୦୨୦ରେ ଆମିର କହିଛନ୍ତି ଯେତେବେଳେ ପ୍ରଯୋଜକ ତାଙ୍କୁ ୩ ଇଡିଅଟ୍ସରେ ଜଣେ ଛାତ୍ରର ଭୂମିକା କରିବାକୁ କହିଥିଲେ ସେତେବେଳେ ସେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ । ୪୪ ବର୍ଷ ବୟସର ବ୍ୟକ୍ତି କେମିତି କରିବ ଛାତ୍ରର ଭୂମିକା । ତେବେ ଫିଲ୍ମର ମୋଟୋ ଥିଲା ସଫଳତା ପଛରେ ଦୌଡ ନାହିଁ, ବୁଦ୍ଧିମାନ ବା ଦକ୍ଷତାର କାମ କର ତା’ ପଛରେ ଦୌଡ । ଏହା ଜାଣିବା ପରେ ଆମିର ଏହି ଚରିତ୍ରରେ ଅଭିନୟ କରିବାକୁ ରାଜି ହୋଇଥିଲେ । ଏହା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଏହି ଫିଲ୍ମରେ ତାଙ୍କ ସହ ସରମନ ଯୋଶୀ, ମାଧବନ ଓ କରିନା କପୁରଙ୍କ ଭୂମିକାକୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରିଥିଲେ ।

Share