କରୋନା ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ରହିଛି ସେଭଳି: ମୋଦି

ନୂଆଦିଲ୍ଲୀ, ୨୬।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୭ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, କରୋନା ସଂକ୍ରମଣ ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ସେଭଳି ରହିଛି। ତେଣୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ଭଲଭାବେ ପାଳନ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିବା ସମ୍ଭବ ହୋଇପାରିବ। ମାସ୍କ୍‌ ବାହାର କରିବାକୁ ଇଛା ହେଲେ କିଛି କ୍ଷଣ ପାଇଁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବିଷୟରେ ଚିନ୍ତା କରିବାକୁ ମୋଦି ପରାମର୍ଶ ଦେଇଛନ୍ତି। କରୋନା ଲଢ଼େଇର ଆଗ ଧାଡ଼ିରେ ଥିବା ଏହି ଯୋଦ୍ଧାମାନେ ଲଗାତାର ଘଣ୍ଟା ଘଣ୍ଟା ଧରି ମାସ୍କ୍‌ ପିନ୍ଧୁଛନ୍ତି। ଏହା ମନରେ ପ୍ରେରଣା ସୃଷ୍ଟି କରିବ ବୋଲି ମୋଦି କହିଛନ୍ତି। କରୋନା ଲଢ଼େଇରେ ସଚେତନ ଏବଂ ସତର୍କ ଭାବେ କାର୍ଯ୍ୟ କରିବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।

Share