Categories: ଜାତୀୟ

ଯମୁନା ନଦୀରେ ବୁଡ଼ିଲା ଡଙ୍ଗା: ୨୦ ମୃତ

ଲକ୍ଷ୍ନୌ,୧୧।୮: ଉତ୍ତରପ୍ରଦେଶର ବନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଡଙ୍ଗାଟି ମାର୍କା ଘାଟ୍‌ରୁ ଫତେହପୁର ଅଭିମୁଖେ ଯାଉଥିଲା। ସେତିକି ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି। ତେବେ ଡଙ୍ଗାରେ ପ୍ରାୟ ୩୦ରୁ ୪୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share