ପୂର୍ବ ୟୁକ୍ରେନରେ ରୁଷ୍‌ର ବଡ଼ଧରଣର ଆକ୍ରମଣ

କିଭ୍‌,୨୦।୫: ପୂର୍ବ ୟୁକ୍ରେନର ସେବେରୋଦୋନେସ୍କରେ ରୁଷ୍‌ ପୁଣି ଏକ ବଡ଼ଧରଣର ଆକ୍ରମଣ କରିଛି। ଆକ୍ରମଣରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏହାସହ ଦୋନବାସ ଆଡକୁ ରୁଷ୍‌ ସୈନ୍ୟ ଅଗ୍ରସର ହେଉଥିବା ଜଣାପଡିଛି। ଅନ୍ୟପକ୍ଷେ ରୁଷ୍‌ ସୈନ୍ୟ ଜନବସତି ଅଞ୍ଚଳରେ ଏୟାର ଷ୍ଟ୍ରାଇକ କରୁଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ଆମେରିକା ୟୁକ୍ରେନକୁ ୪୦ ବିଲିୟନ ଡଲାରର ଏକ ପ୍ୟାକେଜ ଦେବାକୁ ଘୋଷଣା କରିଛି । ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିବ ବୋଲି ପେଣ୍ଟାଗନ୍‌ର ଜଣେ ଅଧିକାରୀ କହିଛନ୍ତି।

Share