Categories: ଜାତୀୟ

ଆତଙ୍କବାଦୀ-ପୋଲିସ ଗୁଳିବିନିମୟ: ୧୦ ଦିନରେ ମଲେଣି ୧୧ ଆତଙ୍କବାଦୀ

ଶ୍ରୀନଗର,୫।୧୦: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର ‘ଜୈଶ-ଏ-ମହମ୍ମଦ’ ସହିତ ସମ୍ପର୍କ ଥିବା ବେଳେ ଅନ୍ୟ ଜଣକ ସ୍ଥାନୀୟ ଆତଙ୍କବାଦୀ ବୋଲି ପୋଲିସ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।

ଗତ ୧୦ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ୧୧ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ବିନିମୟ ହୋଇଛି। ଏଥିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Share