Posted inଜାତୀୟ

ସୌରମଣ୍ଡଳ ବାହାରେ ଚନ୍ଦ୍ର: ପ୍ରଥମ ଥର ପାଇଁ ମିଳିଲା ସମ୍ଭାବ୍ୟ ବାହ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ

ନୂଆଦିଲ୍ଲୀ,୨୬ା୭(ପି.ଟି.): ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ ପାଇଛନ୍ତି। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ଗବେଷଣା ତଥ୍ୟରୁ ଏହା ଜଣାପଡ଼ିଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ଏକ ନକ୍ଷତ୍ରକୁ ପରିକ୍ରମଣ କରୁଥିବା ଏକ ବ୍ରାଉନ ଡ୍ୱାର୍ଫ ଚାରିପଟେ ଆଉ ଏକ ମହାକାଶୀୟ ଉପଗ୍ରହ ଘୂରି ବୁଲୁଥିବା ଦେଖିବାକୁ ମିଳିଛି, ଯାହା ପ୍ରଥମ ପ୍ରାକୃତିକ ବାହ୍ୟ ଚନ୍ଦ୍ର ବା ‘ଏକ୍ସୋମୁନ୍‌’ ଆବିଷ୍କାରର ସମ୍ଭାବନାକୁ ସୃଷ୍ଟିକରିଛି। ବର୍ତ୍ତମାନ ସୁଦ୍ଧା ମହାକାଶରେ ୬,୦୦୦ରୁ ଅଧିକ ଏକ୍ସୋପ୍ଲାନେଟ୍‌ (ସୌରମଣ୍ଡଳ ବାହାରେ ଥିବା ଗ୍ରହ) ଆବିଷ୍କାର କରାଯାଇଥିଲେ ମଧ୍ୟ କୌଣସି ଏକ୍ସୋମୁନ୍‌ର ଠିକ୍‌ ଚିହ୍ନଟ ହୋଇପାରି ନ ଥିଲା। ଏହି ଆବିଷ୍କାର ମହାକାଶ ବିଜ୍ଞାନରେ ଏକ ନୂଆ ଇତିହାସ ସୃଷ୍ଟି କରିଛି।
ବିଶାଳ ‘ଏକ୍ସୋସାଟେଲାଇଟ’ ‘ସିଡି-୩୫ ୨୭୨୨’ ନାମକ ଏକ ନୂତନ ଯୁବ ମହାକାଶୀୟ ବ୍ୟବସ୍ଥାରେ ଏହି ସନ୍ଧାନ ମିଳିଛି। ଏହାର ମୁଖ୍ୟ ନକ୍ଷତ୍ରର ଓଜନ ସୂର୍ଯ୍ୟର ପ୍ରାୟ ଅଧା। ଏହାକୁ ପରିକ୍ରମଣ କରୁଥିବା ବ୍ରାଉନ ଡ୍ୱାର୍ଫ ‘ସିଡି-୩୫ ୨୭୨୨ ବି’ ର ଓଜନ ବୃହସ୍ପତି ଗ୍ରହଠାରୁ ୩୦ ଗୁଣରୁ ଅଧିକ। ବର୍ତ୍ତମାନ ଆବିଷ୍କୃତ ହୋଇଥିବା ଏହି ନୂତନ ‘ଏକ୍ସୋସାଟେଲାଇଟ’ ବା ଉପଗ୍ରହଟି ଏହି ବ୍ରାଉନ ଡ୍ୱାର୍ଫକୁ ପରିକ୍ରମଣ କରୁଛି, ଯାହାର ଓଜନ ପ୍ରାୟ ବୃହସ୍ପତି ଗ୍ରହ ସହ ସମାନ। ଏହା ନିଜର ମୁଖ୍ୟ ବ୍ରାଉନ ଡ୍ୱାର୍ଫକୁ ପରିକ୍ରମଣ କରିବା ପାଇଁ ପ୍ରାୟ ୧୭୦ ଦିନ ସମୟ ନେଉଛି।
ୟୁରୋପିଆନ ସ୍ପେସ୍‌ ଅବ୍‌ଜରଭେଟୋରି (ଇଏସ୍‌ଓ), ଚିଲିର ମୁଖ୍ୟ ଗବେଷକ କେଭିନ୍‌ ହୋୟ କହିଛନ୍ତି, ଏହି ନୂତନ ବସ୍ତୁଟି ଆକାରରେ ଏକ ଗ୍ରହ ଭଳି ବଡ଼। କିନ୍ତୁ ଏହା ସିଧାସଳଖ କୌଣସି ନକ୍ଷତ୍ରକୁ ପରିକ୍ରମଣ କରୁନାହିଁ।

ଏହା ଏକ ଗ୍ରହ ସଦୃଶ ବସ୍ତୁକୁ ପରିକ୍ରମଣ କରୁଥିବାରୁ ଏହାକୁ ‘ଚନ୍ଦ୍ର’ ବା ’ମୁନ୍‌’ କହିବା ଯୁକ୍ତିଯୁକ୍ତ ମନେହେଉଛି, ଯଦିଓ ଆମ ସୌରମଣ୍ଡଳର ପଥୁରିଆ ଚନ୍ଦ୍ରଗୁଡ଼ିକ ତୁଳନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ବ୍ରାଉନ ଡ୍ୱାର୍ଫକୁ ପରିକ୍ରମଣ କରୁଥିବା ବସ୍ତୁକୁ ‘ଏକ୍ସୋମୁନ୍‌’ କୁହାଯିବ କି ନାହିଁ, ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ନିୟମ ନାହିଁ।
ବୈଜ୍ଞାନିକମାନେ ଏହି ସନ୍ଧାନ ପାଇ ‘ରାଡିଆଲ ଭେଲୋସିଟି ଆନାଲିସିସ୍‌’ ପଦ୍ଧତିର ବ୍ୟବହାର କରିଛନ୍ତି। ଏହି ସଫଳତା ପ୍ରମାଣିତ କରିଛି ଯେ, ଆଗାମୀ ଦିନରେ ଉକ୍ତ ପଦ୍ଧତି ଦ୍ୱାରା ମହାକାଶରେ ଅନ୍ୟ ଏକ୍ସୋମୁନଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ। ତେବେ ଏଥିପାଇଁ ମହାକାଶୀୟ ବସ୍ତୁଗୁଡ଼ିକର ଏକ ସ୍ପଷ୍ଟ ଶ୍ରେଣୀଭୁକ୍ତକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ନୂଆଦିଲ୍ଲୀ, ୧୦ା୯ ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା…

ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

ନୂଆଦିଲ୍ଲୀ,୧୦।୯: ଲଦାଖର ଭବିଷ୍ୟତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଠୋସ ସମାଧାନ ବାହାରି ପାରିନାହିଁ।…

ଯୁକ୍ତ୨ରେ ଯୋଡ଼ିହେଲା ୨ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର,୧୦ା୯(ସୁଚିସ୍ମିତା ସାହୁ): ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri