Categories: ଜାତୀୟ

ମହାକାଶରୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୪ ।୮: ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଦେଶ ପାଳନ କରୁଛି ‘ଆଜାଦି କା ଅମୃତ ମହୋତ୍ସବ’ । ସାରା ବିଶ୍ୱରୁ ଭାରତକୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଉଛି । ହେଲେ ଏମିତି ଏକ ବାର୍ତ୍ତା ପୃଥିବୀ ଗ୍ରହ ବାହାରୁ ମହାକାଶରୁ ଆସିଛି । ବାର୍ତ୍ତା ଇଟାଲୀର ମହାକାଶଯାତ୍ରୀ ସାମଂଥା କ୍ରିଷ୍ଟୋଫୋରେଟି ଇଣ୍ଟରନ୍ୟାଶନାଲ ସ୍ପେଶ ସେଣ୍ଟରକୁ ପଠାଇଛନ୍ତି । କ୍ରିଷ୍ଟୋଫୋରେଟି ଏହି ବିଶେଷ ଅବସରରେ ଦେଶକୁ ଶୁଭେଚ୍ଛା ଜଣାଇ ମହାକାଶରୁ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି ।
ଏହି ଭିଡିଓ ବାର୍ତ୍ତାରେ କ୍ରିଷ୍ଟୋଫୋରେଟି କହିଛନ୍ତି, ଭାରତକୁ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇ ଖୁସି ଲାଗୁଛି । କିଛି ଦଶକ ହେବ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ସହ ମିଶି କିଛି ମହାକାଶ ଓ ବିଜ୍ଞାନ ମିଶନରେ କାମ କରିଛନ୍ତି ।

Share