ସ୍ପେସ ୱାକ ସମୟରେ ହଜି ଥିବା ଟୁଲ ବ୍ୟାଗକୁ ଦୁଇ ସପ୍ତାହ ପରେ ପାଇଲେ ମହାକାଶଚାରୀ…

ଓ୍ବାଶିଂଟନ,୧୯।୧୧ : ଇଟାଲୀର ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟ ମହାକାଶରେ ହଜିଯାଇଥିବା ଜଣେ ମହାକାଶଚାରୀଙ୍କ ଟୁଲ କିଟ ପାଇଛି । ଟେଲିସ୍କୋପରେ ସ୍ପେସରେ ଭାସୁଥିବା ଏହି ଟୁଲ ବ୍ୟାଗର ଏକ ଚିତ୍ର ମଧ୍ୟ ପ୍ରକାଶ ପାଇଛି, ଯାହା ଏକ ବିନ୍ଦୁ ପରି ଦେଖାଯାଉଛି । ଯେତେବେଳେ ଦୁଇ ନାସା ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ) ରେ ଏକ ସ୍ପେସ ୱାକରେ ଅଂଶଗ୍ରହଣ କରୁଥିଲେ ଏହି ଟୁଲ ବ୍ୟାଗ ହଜିଯାଇଥିଲା । ଏହି ଘଟଣା ୧ ନଭେମ୍ବରରେ ଘଟିଥିବା କୁହାଯାଉଛି। ବ୍ୟାଗ ହରାଇଥିବା ମହାକାଶଚାରୀମାନେ ହେଉଛନ୍ତି ଜସ୍ମିନ ମୋଗବେଲି ଏବଂ ଲୋରାଲ ଓ’ହାରା । ସେମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନର ସୋଲାର ପ୍ୟାନେଲରେ କାମ କରିବାକୁ ଏକ ସ୍ପେସ ୱାକ କରିଥିଲେ ।

ଜସ୍ମିନ ମୋଗବେଲି ଏବଂ ଲୋରାଲ ଓ’ହାରା କହିଛନ୍ତି ଯୋଜନା ଅନୁଯାୟୀ ସବୁକିଛି ଚାଲିଥିଲା। ଏହି ସମୟରେ ସେମାନେ ଟୁଲ ବ୍ୟାଗ ଉପରେ ନିଜର ନିୟନ୍ତ୍ରଣ ହରାଇଥିଲେ। ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟ ରିପୋର୍ଟ କରିଛି ସେମାନେ ଦୁଇ ସପ୍ତାହ ପରେ ସେହି ଟୁଲ ବ୍ୟାଗକୁ ଟ୍ରାକ କରିଥିଲେ। “ପ୍ରତିଷ୍ଠାତା ଜିଆନଲୁକା ମାସି ଟୁଲ ବ୍ୟାଗ ଫଟୋ ସହିତ ଏକ ବିବୃତ୍ତିରେ ଲେଖିଛନ୍ତି,” ଉପର ଚିତ୍ରଟି ୨ ସେକେଣ୍ଡର ଏକ୍ସପୋଜରରୁ ଆସିଛି।

ଘଣ୍ଟାପ୍ରତି ୧୭,୫୦୦ ମାଇଲ ବେଗରେ ପୃଥିବୀ ପରିକ୍ରମା କରୁଥିବାର ଟୁଲ ବ୍ୟାଗ ଦେଖିବାକୁ ମିଳିଥିଲା । ମହାକାଶରେ ଏହି ବ୍ୟାଗ ନିଖୋଜ ହେବାର ଏକ ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା, ଯାହା ସେହି ସମୟରେ ମୋଗବେଲିଙ୍କ ହେଲମେଟରେ ଲାଗିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri