ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ ପିତାମାତା ହେବାକୁ ଯାଉଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍କା ପ୍ରଥମ ସନ୍ତାନ ଜନ୍ମନେବ। ଏଥିପାଇଁ ତାଙ୍କ ପ୍ରଶଂସକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ମହାନ ଜ୍ୟୋତିଷ ଗୁରୁ ଜଗନ୍ନାଥ ଗୁରୁଜୀ ଭବିଷ୍ୟବାଣୀ କରି କହିଛନ୍ତି ବିରାଟ-ଅନୁଷ୍କାଙ୍କ ଘରେ ଝିଅଟିଏ ଜନ୍ମ ନେବ। ଏକ ସାକ୍ଷାତକାରରେ ଗୁରୁଜୀ ଏହା ପ୍ରକାଶ କରିଛନ୍ତି। ତେବେ ଏହା କେତେଦୂର ସତ ତାହା ତ ଭବିଷ୍ୟତରେ ଜଣାପଡିବ କିନ୍ତୁ ସଂଯୋଗବଶତଃ ବିଶ୍ୱର ଅନେକ ମହାନ କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କ ପ୍ରଥମ ସନ୍ତାନ ଝିଅ ହୋଇଛି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବ୍ରାଏନ ଲାରାଙ୍କ ପର୍ଯ୍ୟନ୍ତ କ୍ରିକେଟର୍‌ଙ୍କ ପ୍ରଥମ ସନ୍ତାନ ଝିଅ ହୋିଛି। ସେହିପରି ଅଷ୍ଟ୍ରେଲିଆର ପ୍ରସିଦ୍ଧ ଖେଳାଳି ରିକି ପଣ୍ଟିଂ, ଭାରତୀୟ ଦଳର ପୂର୍ବତନ ଅଧିନରାୟକ ସୌରଭ ଗାଙ୍ଗୁଲିଙ୍କ ମଧ୍ୟ ପ୍ରଥମ ସନ୍ତାନ ଝିଅ ହୋଇଛି।

Share