ବହୁତ ରୋଜଗାର କରନ୍ତି; ହେଲେ ସ୍ବଭାବରେ ଭାରି ଖର୍ଚ୍ଚି ଏହି ରାଶିର ଲୋକେ; ଏହି କ୍ଷେତ୍ରରେ ପାଇଥାନ୍ତି ସଫଳତା

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଲୋକଙ୍କ ସ୍ବଭାବ ଭିନ୍ନ । ସେମାନଙ୍କର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ। ଆଜି ରାଶିର ଆଲୋଚନାରେ କର୍କଟ ରାଶି ବିଷୟରେ ଆଲୋଚନା କରିବା। ଏହି ରାଶିର ସ୍ବାମୀ ଗ୍ରହ ଚନ୍ଦ୍ର। ଚନ୍ଦ୍ରମା ପ୍ରଭାବରୁ ଏହି ରାଶିର ଲୋକମାନେ ଚଞ୍ଚଳ, ଶାନ୍ତ, ଭାବୁକ ଏବଂ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ ନିଜ ଆଖପାଖରେ ପରିବାର ଭଳି ପରିବେଶ କରି ରଖିଥାନ୍ତି। ସ୍ବଭାବରେ ଏମାନେ ମିଳାପି ହୋଇଥାନ୍ତି। ଆସନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିଭଳି:

-କର୍କଟ ରାଶି ଜାତକଧାରୀ କଳାତ୍ମକ ଏବଂ ରଚନାତ୍ମକ ହୋଇଥାନ୍ତି। ଏମାନେ ନିଜ ମାଟିକୁ ବହୁତ ଭଲପାଇଥାନ୍ତି। ବହୁତ ଶୀଘ୍ର ଏମାନେ ରାଗି ଯାଇଥାନ୍ତି। ହେଲେ ସେମାନେ ଶୀଘ୍ର ଶାନ୍ତ ବି ହୋଇଯାଇଥାନ୍ତି। କର୍ମସ୍ଥାନରେ ଏମାନଙ୍କ ପ୍ରଦର୍ଶନ ବହୁତ ରଚନାତ୍ମକ ହୋଇଥାଏ। ମାନସମ୍ମାନ ବିଷୟରେ ଏମାନେ ବହୁତ ଭାବିଥାନ୍ତି। ବେଶ୍‌ ମେଳାପୀ ହୋଇଥିବାରୁ ଏମାନେ କାହାକୁ ବି ପ୍ରେମରେ ପକାଇଦେଇଥାନ୍ତି। କାମ କରିବାର ଶୈଳୀ ଯୋଗୁ ଏମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି।

– କର୍କଟ ରାଶି ବ୍ୟକ୍ତିଙ୍କ ସ୍ବଭାବ ବହୁତ ଭିନ୍ନ। ନିଜଠାରୁ ଅଲଗା ବ୍ୟକ୍ତିତ୍ୱ ଥିବା ଲୋକଙ୍କ ସହ ଏମାନେ ପ୍ରେମ ସମ୍ପର୍କ ଆଗକୁ ବଢ଼ାଇବାକୁ ଚାହିଁଥାନ୍ତି। ଦେଖିବାକୁ ଏମାନେ ବହୁତ ଆକର୍ଷକ ମଧ୍ୟ। ହେଲେ ରାଗି ଏବଂ ଚଞ୍ଚଳତାକୁ ନେଇ ଏମାନଙ୍କର ଅନେକଥର କ୍ଷତି ମଧ୍ୟ ହୋଇଥାଏ। ମହତ୍ୱାକାଂକ୍ଷୀ ନ ହେଲେ ବି ଏମାନେ ଉପରକୁ ଉଠିବାକୁ ପସନ୍ଦ କରିଥାନ୍ତି। ଶାନ୍ତ ପାରିବାରିକ ଜୀବନ ଏମାନଙ୍କୁ ବହୁତ ପସନ୍ଦ। ତାଙ୍କୁ ବୁଝିବା ଭଳି ଜୀବନସାଥୀଟିଏ ସେ ଖୋଜିଥାନ୍ତି। ଏପରିକି ସେ ଜୀବନସାଥୀଙ୍କ ପ୍ରତି ସଚ୍ଚୋଟ ରହିଥାନ୍ତି।

-କର୍କଟ ରାଶିର ବ୍ୟକ୍ତି ନିଜ ଘର ତଥା ପରିବାରକୁ ସୁବିଧା ସମ୍ପନ୍ନ କରିବା ପାଇଁ ସବୁ ଚେଷ୍ଟା କରିଥାନ୍ତି। ଏମାନେ ବିଶ୍ୱାସୀ ହୋଇଥାନ୍ତି। ପ୍ରତିଟି କାମକୁ ଏମାନେ ମନଦେଇ କରିଥାନ୍ତି। ମେଡିକାଲ, ମ୍ୟାନେଜମେଣ୍ଟ, ରାଜନୀତି ଏବଂ ମିଡିଆରେ ଏମାନେ ନିଜର ନାମ କମାନ୍ତି। ସମୟ ସହ ଏମାନଙ୍କର ଆର୍ଥିକ ସ୍ଥିତି ଭଲ ହେବାରେ ଲାଗିଥାଏ। ପଇସା ଆସିବା ସହ ଏମାନେ ଖର୍ଚ୍ଚି ସ୍ବଭାବର ହୋଇଥିବାରୁ ଟଙ୍କା ଶୀଘ୍ର ଖର୍ଚ୍ଚ କରିଦେଇଥାନ୍ତି। ହେଲେ ଟଙ୍କାରେ ଏମାନେ ନିବେଶ କରିଥାନ୍ତି।