Categories: ଜାତୀୟ

ବାସ୍ତୁବିତ୍‌ ଚନ୍ଦ୍ରଶେଖରଙ୍କୁ ହତ୍ୟା

ବେଙ୍ଗାଲୁରୁ,୬ା୭: ବାସ୍ତୁବିତ୍‌ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ମଙ୍ଗଳବାର କର୍ନାଟକର ହୁବଲି ଜିଲାସ୍ଥିତ ଏକ ହୋଟେଲରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ସମ୍ପୃକ୍ତ ଦୁଇ ଯୁବକ ମାଲତେଶ ଏବଂ ମଞ୍ଜୁନାଥଙ୍କୁ ପୋଲିସ ଗିରଫ କରିଛି। ବ୍ୟବସାୟ ସମ୍ବନ୍ଧରେ ଜନୈକ ବ୍ୟକ୍ତିଙ୍କୁ ଭେଟିବା ପାଇଁ ଗୁରୁଜୀ ପ୍ରେସିଡେଣ୍ଟ ହୋଟେଲ୍‌କୁ ଆସିଥିବା ପୋଲିସ କହିଛି। ହୋଟେଲ ସିସିଟିଭି ଫୁଟେଜ୍‌ ଅନୁସାରେ ଗୁରୁଜୀ ହୋଟେଲ ଲବୀରେ ଛିଡ଼ା ହୋଇଥିବାବେଳେ ସମ୍ପୃକ୍ତ ଦୁଇ ଯୁବକ ତାଙ୍କ ନିକଟକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରଙ୍କୁ ନମସ୍କାର କରିଥିବାବେଳେ ଅନ୍ୟଜଣେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡ ଭିଆଇ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଆହତ ଚନ୍ଦ୍ରଶେଖରଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share