ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା ବଡ଼ ବଡ଼ ଗର୍ତ୍ତର ଅଧ୍ୟୟନ କରି ଆବିଷ୍କାର କରିଛନ୍ତି ଯେ ପ୍ରାୟ ୬୦ କୋଟି ବର୍ଷ ଧରି ମଙ୍ଗଳ ଗ୍ରହରେ ଗ୍ରହାଣୁପିଣ୍ଡ ବର୍ଷା ବର୍ଷା ହୋଇଥିଲା।

ଅଷ୍ଟ୍ରେଲିଆର କର୍ଟିନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ପୂର୍ବ ଗବେଷଣାକୁ ଚ୍ୟାଲେଞ୍ଜ କରାଯାଇଛି। ଗର୍ତ୍ତଗୁଡିକ ମାଧ୍ୟମରେ ଏହା ସ୍ଥିର ହୋଇଛି ଯେ ଗ୍ରହ କେତେ ପୁରୁଣା ଏବଂ ଗ୍ରହାଣୁପିଣ୍ଡ ବର୍ଷା କେବେ ହୋଇଥିଲା।

ଅନୁସନ୍ଧାନକାରୀ ଡକ୍ଟର ଲଗୈନ ଇତିମଧ୍ୟରେ ମଙ୍ଗଳ ଗ୍ରହରେ ଥିବା ୫୨୧ ଗର୍ତ୍ତର ଅଧ୍ୟୟନ ସମାପ୍ତ କରିଛନ୍ତି। ଏହି ସମସ୍ତ ଗର୍ତ୍ତଗୁଡିକ ୨୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିଲା। ବିଶେଷଜ୍ଞମାନେ ସେମାନଙ୍କ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ ୫୨୧ ମଧ୍ୟରୁ ୪୯ଟି ଗର୍ତ୍ତ ୬୦ କୋଟି ବର୍ଷ ପୁରୁଣା। ଗ୍ରହାଣୁପିଣ୍ଡ ବର୍ଷା ଦ୍ୱାରା ଗର୍ତ୍ତଗୁଡ଼ିକ ସୃଷ୍ଟି ହୋଇଥିବା ସେମାନେ ଦାବି କରିଛନ୍ତି।

ଏହି ଅଧ୍ୟୟନ ମାଧ୍ୟମରେ ଚନ୍ଦ୍ରରେ ଥିବା ଗର୍ତ୍ତଗୁଡ଼ିକ କେବେ ଏବଂ କିପରି ସୃଷ୍ଟି ହୋଇଛି ତାହାର ରହସ୍ୟ ମଧ୍ୟ ଜଣାପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ କହିଛନ୍ତି। ଏହା ସହିତ ପୃଥିବୀରେ କେବେ ପ୍ରଥମେ ନିଆଁ ଲାଗିଥିଲା ତାହା ମଧ୍ୟ ଜାଣିହେବ ବୋଲି କୁହାଯାଉଛି।

Share