ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି କ୍ଷୁଦ୍ର ଗ୍ରହ, ଧକ୍କା ହେଲେ ଅନେକ କ୍ଷୟକ୍ଷତି ଘଟିବା ଆଶଙ୍କା

ଓ୍ବାଶିଂଟନ୍‌, ୬।୨: ଫୁଟବଲ ପଡ଼ିଆ ଆକାରର ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଗତି କରୁଛି। ଏନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୨୦୩୨ରେ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବାର ଅଧିକ ସମ୍ଭାବନା ରହିଥିବା ନେଇ ଜ୍ୟୋତିର୍ବିଜ୍ଞାନିକମାନେ ଆକଳନ କରିଛନ୍ତି। ଆବୁଧାବୀସ୍ଥିତ ଇଣ୍ଟରନ୍ୟାଶନାଲ ଆଷ୍ଟ୍ରୋନୋମି ସେଣ୍ଟର (ଆଇଏସି) ଅନୁଯାୟୀ, ‘୨୦୨୪ଓ୍ବାଇଆର୍‌୪’ ନାମକ ଏକ କ୍ଷୁଦ୍ରଗ୍ରହ ୨୦୩୨ରେ ପୃଥିବୀର ସବୁଠାରୁ ନିକଟତର ହେବ। ଏହି ସମୟର ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି। ଗତ ବର୍ଷ ଡିସେମ୍ବର ୨୭ରେ ନାସାର ‘ଆଷ୍ଟେରୋଏଡ ଟେରେଷ୍ଟ୍ରିଆଲ ଇମ୍‌ପାକ୍ଟ ଫାଇନାଲ ଓ୍ବାର୍ନିଂ ସିଷ୍ଟମ(ଆଟ୍‌ଲାସ)’ ପକ୍ଷରୁ ଆବିଷ୍କୃତ ଏହି ଆଷ୍ଟେରଏଡର ବ୍ୟାସାର୍ଦ୍ଧ ୪୦ରୁ ୧୦୦ ମିଟର ପର୍ଯ୍ୟନ୍ତ ରହିଛି। ଏହି ଆକାରର କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବା ଦ୍ୱାରା ଅନେକ କ୍ଷୟକ୍ଷତି ଘଟିବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ପୃଥିବୀ ସହ ‘୨୦୨୪ଓ୍ବାଇଆର୍‌୪’ କ୍ଷୁଦ୍ରଗ୍ରହର ଧକ୍କା ହେବାର ସମ୍ଭାବନାକୁ ନେଇ ସମ୍ପ୍ରତି ଜ୍ୟାତିର୍ବିଜ୍ଞାନିକମାନେ ବିଶ୍ଳେଷଣ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri