ଜମିମାଲିକଙ୍କ ପାଇଁ ଆଶ୍ୱସ୍ତି: ଏପ୍ରିଲରୁ ପୁଣି ପାର୍ଟ ପ୍ଲଟ୍‌ ପଞ୍ଜୀକରଣ

ଭୁବନେଶ୍ୱର,୪ା୩(ବନ୍ଦନା ସେଠୀ): ରାଜ୍ୟରେ ବନ୍ଦ ଥିବା ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ଆସନ୍ତା ଏପ୍ରିଲରୁ ଆରମ୍ଭ ହୋଇପାରେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହା ସହରାଞ୍ଚଳର ଜମିମାଲିକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଏହାଦ୍ୱାରା ସେମାନେ ପାର୍ଟ ପ୍ଲଟ୍‌ ବିକ୍ରି କରିବାରେ ଭୋଗୁଥିବା ସମସ୍ୟା ଦୂର ହେବ। ସେହିପରି ପ୍ଲଟ୍‌ କିଣି ଘର କରିବାକୁ ସ୍ବପ୍ନ ଦେଖୁଥିବା ଲୋକମାନେ ମଧ୍ୟ ଉପକୃତ ହୋଇପାରିବେ।

ଏ ସମ୍ପର୍କିତ ଏକ ଡ୍ରାଫ୍ଟ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗକୁ ଦିଆଯାଇଛି। ମାର୍ଚ୍ଚ ସୁଦ୍ଧା ଏନେଇ ବିଚାରବିମର୍ଶ କରାଯାଇ ଏପ୍ରିଲରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ପାର୍ଟ ପ୍ଲଟ୍‌ ବିକ୍ରି ସମସ୍ୟା ଯୋଗୁ ରାଜସ୍ବ ହାନି ହେଉଛି। ପାର୍ଟ ପ୍ଲଟ୍‌ ବିକ୍ରି ସୁରୁଖୁରୁରେ ହେବା ପାଇଁ ନୂଆ ଗାଇଡ୍‌ଲାଇନ ଅଣାଯିବ। ସେନେଇ ରାଜସ୍ବ ବିଭାଗ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଘର କରିବା ପାଇଁ ପ୍ଲଟିଂ ତଥା ବଡ଼ ପ୍ଲଟ୍‌ରୁ କିଛି ଅଂଶ କିଣୁଥିବା ଲୋକେ ଯେଭଳି ରାସ୍ତା ଓ ଆନୁଷଙ୍ଗିକ ସୁବିଧା ପାଇପାରିବେ ସେନେଇ ନୂଆ ଗାଇଡ୍‌ଲାଇନ ସହାୟକ ହେବ।

ନଗର ଉନ୍ନୟନ ବିଭାଗର ସଚିବ ଆଡ୍‌ଭୋକେଟ ଜେନେରାଲଙ୍କ ସହ ଡ୍ରାଫ୍ଟ ବିଷୟରେ ଆଲୋଚନା କରିଛନ୍ତି। ରବିବାର ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦିଆଯାଇଛି। ଏବେ ରାଜସ୍ବ ବିଭାଗ ସେହି ଡ୍ରାଫ୍ଟକୁ ଅଧ୍ୟୟନ ଚଳାଇଛି। ଯଦି କିଛି ଆବଶ୍ୟକ ହୁଏ, ସେଥିରେ ସଂଶୋଧନ କରାଯିବ କିମ୍ବା ଅଧିକ ବିଧିବ୍ୟବସ୍ଥା ଯୋଡ଼ାଯିବ। ଏନେଇ ବିଭିନ୍ନ ସହରର ଡେଭଲମେଣ୍ଟ ଅଥରିଟି ଓ ରେରା ଅଧିକାରୀଙ୍କ ଆଲୋଚନା ପରେ ଫାଇନାଲ ନୋଟିଫିକେଶନ ପ୍ରକାଶ ପାଇବ। ମାର୍ଚ୍ଚ ଶେଷ ସୁଦ୍ଧା ସଂଶୋଧନ ହୋଇଯିବା ଆଶା କରାଯାଉଛି। ଏହାପରେ ନୋଟିଫିକେଶନ ବାହାରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଜଣେ କର୍ମଚାରୀ କହିଛନ୍ତି, ୨୦୧୭ଠାରୁ ପାର୍ଟ ପ୍ଲଟ୍‌ ପଞ୍ଜୀକରଣକୁ ସରକାର ବନ୍ଦ କରିଥିଲେ ହେଁ, ଭିତିରିଆ ଭାବେ ହାତଗୁଞ୍ଜା ଦେଇ ପଞ୍ଜୀକରଣ ହେଉଥିଲା ଏବଂ ପଟ୍ଟା ମଧ୍ୟ ପ୍ରଦାନ କରାଯାଉଥିଲା। ୨୦୨୨ ପରଠାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ପୁନର୍ବାର ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ଆରମ୍ଭ ହେବା ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ।

ତେବେ ୨୦୧୭ ପରଠାରୁ ସମୟରେ ସମ୍ପୃକ୍ତ ଜମିର ୧୫% ମୂଲ୍ୟ ଦେବାପାଇଁ ସରକାର ନିୟମ କରିଛନ୍ତି। ସେହିପରି ରାସ୍ତା ନିର୍ମାଣ ଏବଂ ଡ୍ରେନ୍‌ ପାଇଁ ୩୦ଫୁଟର ଜମି ଛାଡ଼ବାକୁ ପଡ଼ିବ, ଯାହାକି ପାର୍ଟ ପ୍ଲଟ୍‌ ପଞ୍ଜୀକରଣରେ ପ୍ରମୁଖ ସମସ୍ୟା ବୋଲି କର୍ମଚାରୀଜଣକ କହିଛନ୍ତି। ସେହିପରି ବିଲଡର ରାକେଶ ଧଳ କହିଛନ୍ତି, ସରକାରଙ୍କ ଏହି ନିଷ୍ପତ୍ତି ନିହାତି ପକ୍ଷେ ସ୍ବାଗତଯୋଗ୍ୟ। ଜଣେ ବ୍ୟକ୍ତି ତା’ ଜମିରୁ କିଛି ଅଂଶ ବିକିବା ପାଇଁ ଚାହୁଁଥିଲେ ହେଁ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ବନ୍ଦ ଥିବାଯୋଗୁ ତାହା ହୋଇପାରୁ ନ ଥିଲା। ଫଳରେ କୌଣସି ଜରୁରୀ ସମୟରେ ଅନେକ ଲୋକ ବାଧ୍ୟହୋଇ ନିଜର ସମ୍ପୂର୍ଣ୍ଣ ଜମିକୁ ଶାଗମାଛ ଦରରେ ବିକୁଥିଲେ। ଏବେ ସେ ସମସ୍ୟାରୁ ମୁକ୍ତି ମିଳିପାରିବ।

ସୂଚନାଯୋଗ୍ୟ, ରାଜ୍ୟରେ ୨୦୧୭ ମେ ୩୦ରୁ ରାଜ୍ୟରେ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ବନ୍ଦ କରାଯାଇଛି। ମାତ୍ର ଅସାଧୁ ଉପାୟରେ କିଣାବିକା ଚାଲିଥିଲା। କେତେଜଣ ଅଧିକାରୀମାନଙ୍କ ପାଇଁ ସରକାର ମୋଟା ଅଙ୍କର ରାଜସ୍ବ ହରାଉଥିବା ବେଳେ ସେମାନେ ହାତ ଚିକ୍କଣ କରୁଥିଲେ। ତେଣୁ ୨୦୨୨ରେ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ବନ୍ଦ କରିବାକୁ କଡ଼ାକଡ଼ି କରାଯାଇଥିଲା। ଫଳରେ ଯେଉଁମାନେ ପାର୍ଟ ପ୍ଲଟ୍‌ କିଣୁଥିଲେ, ପଞ୍ଜୀକରଣ ହେଉ ନ ଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେହିପରି ପାର୍ଟପ୍ଲଟ ବିକ୍ରି ବେଳେ ପ୍ରଥମେ ରାସ୍ତା ଓ ନଳା ପାଇଁ ଉର୍ଦ୍ଦିଷ୍ଟ ଜମିକୁ ରେଜିଷ୍ଟ୍ରେଶନ କରିବେ। ସେହି ଜମି ସରକାରଙ୍କ ଖାତାକୁ ଥରେ ଆସିଯିବା ପରେ, ତାହା ଆଉ ବିକ୍ରି ହୋଇପାରିବ ନାହିଁ। ପୂର୍ବରୁ ଏହା ବିଲଡରଙ୍କ ନଁାରେ ରହୁଥିବାରୁ ସମସ୍ୟା ରହୁଥିଲା। ଏପରି କି ପୌରସଂସ୍ଥା ସେଠାରେ ରାସ୍ତା ନିର୍ମାଣ କରିପାରୁ ନ ଥିଲେ। ସବୁ ପ୍ଲଟ୍‌ ବିକି ସାରିବା ପରେ ବିଲଡର ରାସ୍ତାକୁ ସରକାରୀ ସଂସ୍ଥାକୁ ହସ୍ତାନ୍ତର କରୁଥିଲା। ଅଧିକାଂଶ ସମୟରେ ରାସ୍ତାର ଧାର୍ଯ୍ୟ ଓସାର ନ ଥିବା ଅଭିଯୋଗ ହେଉଥିଲା ଏବଂ ପ୍ଲଟ୍‌ କିଣୁଥିବା ଲୋକମାନେ ସମସ୍ୟା ଭୋଗୁଥିଲେ। ମାତ୍ର ଏବେ ପ୍ଲଟ୍‌ ବିକ୍ରି କରିବା ପୂର୍ବରୁ ରାସ୍ତା ଓ ନାଳ ପାଇଁ ସଂରକ୍ଷିତ ଜମି ପ୍ରଥମେ ସରକାରୀ ସଂସ୍ଥାକୁ ହସ୍ତାନ୍ତର ହେବ। ଫଳରେ ଏହି ସମସ୍ୟା ଆଉ ରହିବ ନାହିଁ। ଦୀର୍ଘଦିନ ପରେ ଏହି ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଥିବାବେଳେ ସାଧାରଣଲୋକ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ଚାଇନା-ଭାରତ ମୁହାଁମୁହିଁ! ଚାଇନା ମୁହଁରୁ LPG ଛଡାଇ ଆଣିଲା ଭାରତ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଦେଶରେ LPGର ଘୋର ଅଭାବ ଦେଖାଦେଇଛି। ପ୍ରାୟ ଛଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଇରାନରୁ ଏକ LPG କାର୍ଗୋ…

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…

ପ୍ରଥମେ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ନା ଗାଁରେ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୩: ଆଜିକାଲି ଲୋକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ହେଉଛି ଯେ ସେମାନେ ପ୍ରଥମେ ସହରରେ ପ୍ରଥମେ ସିଲିଣ୍ଡର ପାଇବେ ନା ଗ୍ରାମାଞ୍ଚଳରେ। ବର୍ଦ୍ଧିତ ଚାହିଦା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ପୁଣିଥରେ ହେବ କି ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲ ସଟ୍ ଡାଉନ? ଏପରି କିଛି କହିଦେଲେ ବିଶେଷଜ୍ଞ, ସମସ୍ତେ କାବା..

ନୂଆଦିଲ୍ଲୀ,୨୬।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ବିଶ୍ୱର ଶକ୍ତି ଯୋଗାଣ ଏବଂ ଇନ୍ଧନ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri