ସମିତି ବୈଠକରେ ହଟ୍ଟଗୋଳ

ହିନ୍ଦୋଳ,୪।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସମସ୍ୟା ସମାଧାନ ହେଉ ନ ଥିବା ଏବଂ ସମିତିସଭ୍ୟଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ହଟ୍ଟଗୋଳ ହୋଇଥିଲା। ବିଡିଓ ଶିବ ଶଙ୍କର ମିଶ୍ର ସ୍ବାଗତ ଭାଷଣ ଏବଂ ସମିତି ଅଧ୍ୟକ୍ଷା ସସ୍ମିତା ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। କୁକୁଟା ସମିତିସଭ୍ୟ ପ୍ରିୟରଞ୍ଜନ ମାହୁନ୍ତ ପୂର୍ବ ଅଧିବେଶନରେ ହୋଇଥିବା ପ୍ରସ୍ତାବ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ପାଇଁ ଦାବି କରିଥିଲେ। ସେହିପରି ବୈଠକ ଚାଲିଥିବାବେଳେ ପଞ୍ଚାୟତ ସଭ୍ୟସଭ୍ୟାଙ୍କ ଦସ୍ତଖତ କରାଯାଇଥିବା ନେଇ ପ୍ରିୟରଞ୍ଜନ ଆପତ୍ତି ଉଠାଇଥିଲେ। ଏଥିସହ ସମିତି ପାଣ୍ଠି ଆବଣ୍ଟନରେ ପାତରଅନ୍ତର, ୧୭ ପଞ୍ଚାୟତକୁ ଅନୁଦାନ ଦିଆଯାଇ ନ ଥିବା ଅଭିଯୋଗ କରିଥିଲେ। ନୂଆବଗ ସରପଞ୍ଚ ମାନସ ଦେହୁରୀ ଡିଲର ନିଯୁକ୍ତି, ପିଏମ୍‌ ଯୋଜନା, ପାନୀୟଜଳ ଯୋଗାଣ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। କୁଟୁଣିଆ ସମିତି ସଭ୍ୟ ହେମନ୍ତ ସାହୁ, କାରନ୍ଦା ସରପଞ୍ଚ ଦୁଷ୍ମନ୍ତ ନାୟକ, ଜରଡ଼ା ସରପଞ୍ଚ ଜ୍ଞାନରଞ୍ଜନ ସାହୁ, ସଞ୍ଜପଡା ସରପଞ୍ଚ ନିଜ ପଞ୍ଚାୟତ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ସବୁର ଆଶୁ ସମାଧାନ କରାଯିବ ବୋଲି ଅଧ୍ୟକ୍ଷା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଙ୍କ ପ୍ରତିନିଧି ଅନସୂୟା ମାହୁନ୍ତ, ଉପାଧ୍ୟକ୍ଷ ବରୁଣ ସର, ସମସ୍ତ ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ବିଭିନ୍ନ କାର୍ଯ୍ୟାଳୟର ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri