୫ ବର୍ଷ ପରେ ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ

କଟକ ଅଫିସ,୨୩ା୮: କୁଖ୍ୟାତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ କୁମାର ସାହୁ (ଦିଲୁ)ଙ୍କୁ ଗିରଫ କରାଯାଇଛି। କଟକ ଅର୍ବାନ ପୋଲିସ ତାଙ୍କୁ ଆଜି ଗିରଫ କରିଥିବା ଏକ ଖବରଦାତା ସମ୍ମିଳନୀରେ ଦେଇଛନ୍ତି ଟୁଇନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସୂଚନାଯୋଗ୍ୟ, ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଦିଲୁ। ଏହା ପରଠାରୁ ୫ ବର୍ଷ ହେଲା ସେ ଫେରାର ଥିଲେ। କଟକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ପେଶାଲ ଟିମ୍‌ ଦିଲୁଙ୍କୁ ରାୟଗଡ଼ାରୁ ଗିରଫ କରିଛି।