ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼ ଅଫିସ,୩୦।୩(ବ୍ରରୋ) ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯରଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଯନ୍ତ୍ରୀ ସାହୁଙ୍କ ଘରେ ଚଢ଼ାଉ ହେଉଥିବା ଜଣାପଡ଼ିଛି ଏକ କାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ନୟାଗଡ଼, କଟକ, ଖୋର୍ଦ୍ଧାର ୬ଟି ସ୍ଥାନରେ ଚଢାଉ ଚାଲିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ନୟାଗଡସ୍ଥିତ ଅଫିସ, ନୟାଗଡ ଟାଉନସ୍ଥିତ ଘର, ଭୁବନେଶ୍ବର ପଟିଆସ୍ଥିତ ଫ୍ଲାଟ, କଟକ କିଶୋରନଗରସ୍ଥିତ ପୈତୃକ ଘର, କଟକ ଆଲିସା ବଜାରସ୍ଥିତ ବିଲ୍ଡିଂ, ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂରେ ଚଢ଼ାଉ ଜାରି ରହିଛି।