ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଆସିକା,୫ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଏନ.ଭି ରାମଦାସଙ୍କୁ ବିଭାଗୀୟ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଛି। ଏ ନେଇ ଆସିକା ଥାନାରେ ନଂ.୧୧୬/୨୨ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଜସହକାରୀ ନିର୍ବାହୀଯନ୍ତ୍ରୀ ରାମଦାସ ଅର୍ଥ ଆତ୍ମସାତ କରିଥିବା ନେଇ ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଟିପିଏସଓଡିଲର ବ୍ରହ୍ମପୁରସ୍ଥିତ ଏନଫୋର୍ସମେଣ୍ଟ ମୁଖ୍ୟ ସିଲେନ୍ଦ୍ର ସିଂ ଆସିକା ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଯନ୍ତ୍ରୀ ୨୦୧୭ରୁ ୨୦୨୧ ମଧ୍ୟରେ ଆସିକା ବିଦ୍ୟୁତ ସର୍କଲର ଏନଫୋର୍ସମେଣ୍ଟ ଦାୟିତ୍ୱରେ ରହିଥିଲା ବେଳେ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଇଥିବା ୬,୩୦,୭୪୪ ଟଙ୍କାକୁ ବିଭାଗୀୟ ଜମା ଖାତାରେ ବାନ୍ଧି ନ ଥିଲେ। ଏପରିକି ନିଲମ୍ବିତ ହେଲା ପରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିବା ଅଧିକାରୀଙ୍କ ନିକଟରେ ଉକ୍ତ ଟଙ୍କା ଜମା କରି ନ ଥିବା ଅଭିଯୋଗରେ ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ପ୍ରଶାସନ ପକ୍ଷରୁ ଗଣେଶ ମାର୍କେଟ ସିଲ୍‌

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗଞ୍ଜାମ ଜିଲାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏହା ଘୋଷଣା...

୪ମାସ ପରେ ସାମ୍ନାକୁ ଆସିଲା ବଳାତ୍କାର ଘଟଣା

ଟିଟିଲାଗଡ଼,୧୮।୧: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଜଣେ ଦଳିତ ଭିନ୍ନକ୍ଷମ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ବଳାତ୍କାରର ପ୍ରାୟ ୪ମାସ ପରେ ନାବାଳିକା...

ଚାଷରେ ବ୍ୟବହାର ହେଲା ଝରଣାପାଣି

ସମ୍ବଲପୁର,୨୭ା୮(ବ୍ୟୁରୋ): ଜଙ୍ଗଲ ଭିତରେ ଝରଣା ପାଣି ଅପଚୟ ହେଉଥିଲା। ବର୍ଷାଋତୁରେ ଏହି ଝରଣା ପାଣିକୁ କେବଳ ଲୋକେ ବ୍ୟବହାର କରିପାରୁଥିଲେ। ଗ୍ରୀଷ୍ମ ଋତୁରେ ସେହି ପାଣି...

ଦଳ, ବ୍ୟକ୍ତିଗତ ଭାବମୂର୍ତ୍ତି ଦେଖୁଛନ୍ତି ଭୋଟର

ନବରଙ୍ଗପୁର,୯।୨(ବି.ପ୍ର.) ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ୩ ଜିଲା ପରିଷଦ ଜୋନ୍‌। ତିନୋଟି ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ।...

ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ...

ଆଜିଠାରୁ ଜିଲା ମହୋତ୍ସବ

ଅନୁଗୋଳ ଅଫିସ, ୧୮।୧: ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର। ଶୀତୁଆ ସନ୍ଧ୍ୟାକୁ ରୋମାଞ୍ଚତ୍ତ କରିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୁଲୁକିବ ମଞ୍ଚ। ବୁଧବାର ଉଦ୍‌ଘାଟନୀ ସନ୍ଧ୍ୟାରୁ ୨୨...

ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରୋଷେୟା ସମେତ ୫ ପଜିଟିଭ୍‌

କେନ୍ଦୁଝର,୫ା୪: ସ୍ଥାନୀୟ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହିଳା ହଷ୍ଟେଲର ୪ ଛାତ୍ରୀ ଓ ଜଣେ ରୋଷେୟା...

୬ ପଞ୍ଚାୟତ ଜଳସେଚନରୁ ବାଦ୍‌

ଲୋଇସିଂହା,୯।୬(ଡି.ଏନ.ଏ.): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚଳିତ ବର୍ଷରୁ ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖାଯିବ ଏବଂ ଭୂତଳ ପାଇପ...

Advertisement
Archives

Model This Week