ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

କଟକ ଅଫିସ, ୨୯।୬(ଡି.ଏନ୍‌.ଏ.): କଟକ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ରାଉତଙ୍କ ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ତାଙ୍କ ଡମପଡ଼ାସ୍ଥିତ ଅଫିସ, ବାରଙ୍ଗ କୁହ୍ଲେଇପଦା ସ୍ଥିତ ତିନି ମହଲା ବିଶିଷ୍ଟ ଘର, କେନ୍ଦ୍ରାପଡ଼ା ରାଜକନିକା ତନେଇପଦାସ୍ଥିତ ସମ୍ପର୍କୀୟଙ୍କ ଘର, ଚୌଦାର ହାଉସିଂବୋର୍ଡସ୍ଥିତ ଭାଇଙ୍କ ଘରେ ଚଢ଼ାଉ ହୋଇଛି। କଟକ ଭିଜିଲାନ୍ସର ସତନ୍ତ୍ର ଜଜ୍‌ଙ୍କ ୱାରେଣ୍ଟ ବଳରେ ଚଢାଉ କରାଯାଉଛି। ଏହି ଚଢାଉରେ ୪ ଜଣ ଡିଏସ୍‌ପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।