ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ

ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍‌ଫେର୍‌ ଅଭିଯୋଗରେ ଶନିବାର ରେଡ୍‌ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଯାଜପୁର ସିଟି ଆଣ୍ଡ୍‌ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ। ତ୍ରିପାଠୀଙ୍କ ନାମରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ସ୍କ୍ରାପ୍‌ ମ୍ୟାଟେରିଆଲ ବୋଝେଇ ଗାଡ଼ି (ନଂ. ଓଡି୦୪ଏଲ୍‌-୨୨୩୩)ରୁ ଟ୍ୟାକ୍ସ ଓ ଜରିମାନା ଆଦାୟ ନ କରି ବେଆଇନ ଭାବେ ଛାଡ଼ିଦେବା ଦ୍ୱାରା ସରକାରଙ୍କର ୫,୮୫,୩୫୬ ଟଙ୍କା କ୍ଷତି ହୋଇଛି। ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିଲା।

ସୂଚନା ଅନୁସାରେ, ତ୍ରିପାଠୀ ଗତ ମେ’ ୭ ତାରିଖ ଅପରାହ୍ନ ପ୍ରାୟ ୧ଟାରେ ସ୍କ୍ରାପ୍‌ ବୋଝେଇ ହୋଇ ଯାଉଥିବା ଏକ ଗାଡ଼ିକୁ ଯାଜପୁର ରେଭେଣାଠାରେ ଅଟକାଇଥିଲେ। ଉକ୍ତ ଗାଡ଼ିରେ ଆନୁମାନିକ ୮,୮୯,୬୦୦ ଟଙ୍କାର ପ୍ରାୟ ୨୨,୨୪୦ କେଜି ସ୍କ୍ରାପ୍‌ ବୋଝେଇ ହୋଇଥିଲା। ଗାଡ଼ି ସହ ସ୍କ୍ରାପ୍‌କୁ ଜବତ କରାଯାଇଥିଲା। ଏହାପରେ ତ୍ରିପାଠୀ ସ୍କ୍ରାପ୍‌ ସାମଗ୍ରୀଗୁଡ଼ିକର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ଏହି ସ୍କ୍ରାପ ପରିବହନ ନିମନ୍ତେ ୩,୨୦,୦୦୦ ଟଙ୍କାର ଟ୍ୟାକ୍ସ ଦାଖଲ କରିବାକୁ କହିଥିଲେ। ଅପରପକ୍ଷରେ ଗାଡ଼ି ଓ ସ୍କ୍ରାପ୍‌ ସାମଗ୍ରୀଗୁଡ଼ିକୁ ଛାଡ଼ି ଦେବା ପାଇଁ ବେଆଇନ ଭାବେ ୨,୫୦,୦୦୦ ଟଙ୍କା ସେ ମାଲିକଙ୍କଠାରୁ ଦାବି କରିଥିଲେ। ମାତ୍ର ଲାଞ୍ଚ ଅର୍ଥ ନ ମିଳିବାରୁ ଜିଏସ୍‌ଟି ଆଇନ୍‌କୁ ଉଲ୍ଲଂଘନ କରି ତ୍ରିପାଠୀ ଆଉ ଜଣେ ସ୍କ୍ରାପ୍‌ ଡିଲରଙ୍କୁ ଜବତ ହୋଇଥିବା ସମସ୍ତ ସ୍କ୍ରାପ୍‌ ବିକି ଟ୍ୟାକ୍ସ ଦେଇଦେଲେ। ଏହାପରେ ବାକି ୫,୮୫,୩୫୬ ଟଙ୍କାକୁ ହେର୍‌ଫେର୍‌ କରିଦେଲେ। ଏହିପରି ଭାବରେ ତ୍ରିପାଠୀ ଅନ୍ୟାନ୍ୟ ପରିବହନ ସଂସ୍ଥାଠାରୁ ଟ୍ୟାକ୍ସ ଛାଡ଼ କରିଦେବା ଆଳରେ ବହୁ ଲାଞ୍ଚ ଅର୍ଥ ଆଦାୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ତେବେ ଭିଜିଲାନ୍ସ ତ୍ରିପାଠୀଙ୍କ ଭୁବନେଶ୍ୱର ୟୁନିଟ୍‌-୨ସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ଜିଲା ନିରାକାରପୁର ପଦ୍ମପୁରସ୍ଥିତ ପୈତୃକ ବାସଭବନ ଓ ନିର୍ମାଣାଧୀନ ଫାର୍ମ ହାଉସ୍‌, ଭୁବନେଶ୍ୱର ବରମୁଣ୍ଡା ଉତ୍ତର ମୁଣ୍ଡମୁହାଣସ୍ଥିତ କୃଷ୍ଣପ୍ରିୟା ଆପାର୍ଟମେଣ୍ଟରେ ଫ୍ଲାଟ୍‌ ନଂ-୨୦୧, କେନ୍ଦ୍ରାପଡ଼ା ପାଟକୁରାର ଯଦୁପୁର ଗ୍ରାମରେ ଏକକାଳୀନ ଚଢ଼ାଉ କରିଥିଲା। ଭିଜିଲାନ୍ସ କଟକ ଡିଭିଜନର ୭ ଜଣ ଡିଏସ୍‌ପି, ୧୪ ଇନ୍ସପେକ୍ଟରଙ୍କ ସମେତ ୨୫ରୁ ଅଧିକ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri