ଧରାକୋଟ,୧୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଡାକିବଜା ଗ୍ରାମରେ ଶଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୧୧ ବଖରା ପୋଡି ଯାଇଥିଲା। ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ଶୁକ୍ରବାର ସହାୟତା ବଣ୍ଟନ କରାଯାଇଛି। ଘଟଣାସ୍ଥଳରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଖାଦ୍ୟ, ଲୁଗାପଟା ସହ ଆର୍ଥିକ ସହାୟତା ଦେଇଛନ୍ତି। ଧରାକୋଟ ରାଜସ୍ବ ନିରୀକ୍ଷକ ମନୋଜ ମାଝି, ଅମିନ ନିରଞ୍ଜନ ଶବର ଓ ଦେବୀ ପ୍ରସାଦ ନାହାକ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ସମସ୍ତ ପରିବାରକୁ ପଲିଥିନ ଯୋଗାଇ ଦେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସର୍ଭେ କରି କ୍ଷତିଗ୍ରସ୍ତ ପରିବାରକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି।


