ବିଧାନସଭା ଅଧିବେଶନ ପରିଚାଳନା: ୨୫ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। କରୋନା ମହାମାରୀ ଯୋଗୁ ଆସନ୍ତା ଅଧିବେଶନର ଅବଧି ମାତ୍ର ୮ ଦିନ ରଖାଯାଇଛି। ଏହି ସ୍ବଳ୍ପ ମିଆଦ ଅଧିବେଶନ ପାଇଁ ଆସନ୍ତା ୨୫ ତାରିଖରେ ବିଧାନସଭା ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛି। ବୈଠକ ପରିଚାଳନା ନେଇ ଆଲୋଚନା ହେବ। ବୈଠକ ପୂର୍ବରୁ କୋଭିଡ୍‌-୧୯ ଟେଷ୍ଟ ଆଦି ବିଷୟରେ ଆଲୋଚନା ହେବ। ବିଧାନସଭା ଅଧିବେଶନରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ସଦସ୍ୟମାନଙ୍କୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।