ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୨୨।୯(ଅନିଲ ଦାସ): ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି।  ପରଲୋକଗତ ସଦସ୍ୟମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା।

ସେପ୍ଟେମ୍ବର ୨୩ ଓ ୨୪ ତାରିଖ ବିଧାନସଭା ଛୁଟି ରହିବ। ୨୫ରୁ ୨୭ ତାରିଖ ଯାଏ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨୮ ଓ ୩୦ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଆଲୋଚନା ହେବ। ଅକ୍ଟୋବର ୧ ଓ ୨ ତାରିଖ ରବିବାର ଓ ଗାନ୍ଧୀ ଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ଅକ୍ଟୋବର ୩ ତାରିଖରେ ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ଗୃହୀତ ହେବ। ଅକ୍ଟୋବର ୪ ତାରିଖରେ ବେସରକାରୀ କାର୍ଯ୍ୟଦିବସ ରହିଛି।