Categories: ଜାତୀୟ

ନିର୍ବାଚନରେ ଜିତିଲେ ମାଗଣାରେ ୨ ଏଲପିଜି ସିଲିଣ୍ଡର, ଛାତ୍ରୀଙ୍କୁ ସ୍କୁଟି ଦେବ ଭାଜପା

ଇମ୍ଫାଲ,୧୭ ।୨: ମଣିପୁର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ ପି ନଡ୍ଡା ଭାଜପାର ଘୋଷଣା ପତ୍ର ଜାରି କରିଛନ୍ତି । ସେ କହିଛନ୍ତି ସମସ୍ତଙ୍କୁ ଜଣା ମଣିପୁର ସକରାତ୍ମକ ରାଜ୍ୟ ଓ ଏଥିରେ ଅପାର ଉର୍ଜା ରହିଛି ।ଏଠାରେ ଅନେକ ପ୍ରତିଭା ରହଛନ୍ତି, ଯାହା ପୂର୍ବୋତ୍ତରର ବିକାଶଣ ପ୍ରବେଶ ଦ୍ୱାର । ଏନ୍ ବିରେନ ସିଂଙ୍କ ଗତିଶୀଳ ନେତୃତ୍ୱରେ ବିଗତ ୫ ବର୍ଷରେ ଏକ ବଡ ପରିବର୍ତ୍ତନ ହୋଇଛି । ରାଜ୍ୟ ଅସ୍ଥିରତାରୁ ସ୍ଥିରତା ଆଡକୁ ଗତି କରିଛି । ଆମେ ଭବିଷ୍ୟତରେ ଆହୁରି ଅଧିକ ବିକାଶ କରିବୁ ନିଶ୍ଚୟ । ରାଜ୍ୟ ଉଗ୍ରବାଦ ବଦଳରେ ଶାନ୍ତି ଓ ବିଭାଜନକାରୀ ରାଜନୀତିରୁ ସଂଯୁକ୍ତ ମଣିପୁର ଆଡକୁ ବଢୁଛି ।
ଏଥର ମଣିପୁରରେ ଭାଜପା ଶାସନ କ୍ଷମତାକୁ ଆସିଲେ ଉଜ୍ୱଳା ଲାଭାର୍ଥୀଙ୍କୁ ୨ଟି ସିଲିଣ୍ଡର ମାଗଣାରେ ଦେବା ସହ କଲେଜ ଯାଉଥିବା ସମସ୍ତ ମେଧାବୀ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ଯୋଗାଇ ଦିଆଯିବ । ମହିଳା, ଯୁବକ ଓ କୃଷକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ ବୋଲି ନଡ୍ଡା ଘୋଷଣା ପତ୍ର ଜାରି କରିବା ସମୟରେ କହିଛନ୍ତି । ଏହାସହ ମତ୍ସଜୀବିଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ବୀମା, ପଛୁଆ ବର୍ଗର ଝିଅମାନଙ୍କ ଶିକ୍ଷା ପାଇଁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଦ୍ୱାଦଶ ପାସ କରିଥିବା ସମସ୍ତ ମେଧାବୀ ଛାତ୍ରଙ୍କୁ ମାଗଣାରେ ଲାପଟପ ବି ପ୍ରଦାନ କରାଯିବ ।

Share