Categories: ଜାତୀୟ

୧୨ବର୍ଷ ବୟସ ବାଳକଙ୍କୁ ମିଳିଥିଲା ପ୍ରଥମ ‘ପରିଚୟ’, ଆସାମ ହିଂସା ଛଡାଇ ନେଲା ଜୀବନ

ଗୁଆହାଟି,୨୫ ।୯: ଆସାମରେ ହୋଇଥିବା ହିଂସାରେ ଜଣେ ୧୨ ବର୍ଷ ବୟସ ପିଲାର ଜୀବନ ଯିବା ଘଟଣା ଏବେ ଆଲୋଚନାର ପରିସରକୁ ଚାଲି ଅସିଛି । ପିଲାଟିକୁ ତା’ର ପ୍ରଥମ ପରିଚୟ ମିଳିଥିଲା, ଯାହାକୁ ନେଇ ସେ ଖୁବ୍ ଖୁସିଥିବା ସହ ସକାଳୁ ସକାଳୁ ସେହି ଆଧାର କାର୍ଡ ଆଣିବାକୁ ସେ ପୋଷ୍ଟ ଅଫିସ ଯାଇଥିଲା । ହେଲେ ଆଧାର କାର୍ଡ ସହ ଘରକୁ ଫେରିଥିଲା ତାଙ୍କର ମୃତ ଶରୀର । ଆସାମ ହିଂସାରେ ପିଲାଟିର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେେଳେ ତାଙ୍କ ପକେଟରୁ ଉକ୍ତ ଆଧାର କାର୍ଡଟି ମିଳିଥିଲା । ତେବେ ହିଂସା ସମ୍ପର୍କରେ କୌଣସି ସୂଚନା ପ୍ରଶାସନ ପକ୍ଷରୁ ମିଳି ନ ଥିବାରୁ ପିଲାଟିର ଜୀବନ ଯାଇଥିବା ତା’ର ପିତା କହିଛନ୍ତି ।

Share