ଚା’ କିଲୋ ୯୯,୯୯୯ ଟଙ୍କା

ଗୁଆହାଟୀ,୧୪।୧୨:: ଆସାମର ଦିବ୍ରୁଗଡ ଜିଲାର ଏକ ସ୍ବତନ୍ତ୍ର ଚା’ ମଙ୍ଗଳବାର ୯୯.୯୯୯ ଟଙ୍କାରେ ନିଲାମ ହୋଇଛି। ଦେଶର କୌଣସି ଚା’ ନିଲାମରେ ଏହା ସର୍ବାଧିକ ମୂଲ୍ୟ ବୋଲି ଜଣାପଡିଛି। ମନୋହରୀ ଚା’ ଇଷ୍ଟେଟ ପକ୍ଷରୁ ‘ମନୋହରୀ ଗୋଲ୍ଡ’ କିସମର ଏକ କିଲୋ ଚା’ ସୌରଭ ଟି ଟ୍ରେଡର୍ସଙ୍କୁ ବିକ୍ରି କରିଛି ବୋଲି ଗୌହାଟି ଚା’ ନିଲାମ କେନ୍ଦ୍ର (ଜିଟିଏସି) ସଚିବ ପ୍ରିୟାନୁଜ ଦତ୍ତ କହିଛନ୍ତି। ମନୋହରୀ ଚା’ ଇଷ୍ଟେଟର ମାଲିକ ରାଜନ ଲୋହିଆ କହିଛନ୍ତି ଯେ, ଏହି ପ୍ରକାରର ପ୍ରିମିୟମ ଗୁଣବତ୍ତା ଚା’ ଅଧିକ ଚାହିଦାକୁ ଆଧାର କରି ଆମେ ପ୍ରସ୍ତୁତ କରୁ। ଏହି ଚା’ ସ୍ବାସ୍ଥ୍ୟ ପାଇଁ ବହୁତ୍‌ ଉପକାରୀ। ଚାହିଦା ଅଧିକ, ଉତ୍ପାଦନ କମ୍‌ ହେଉଥିବାରୁ ଏହି ଚା’ର ମୂଲ୍ୟ ବଢିବାରେ ଲାଗିଛି। ଗତ ବର୍ଷ ‘ମନୋହରୀ ଗୋଲ୍ଡ’ ଚା’ ୭୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ୨୦୧୮ରେ ୩୯ ହଜାର, ୨୦୧୯ରେ ୫୦ ହଜାରରେ ଟଙ୍କା ଏହି ଚା’ ବିକ୍ରି ହୋଇଥିଲା।

Share