Categories: ଜାତୀୟ

ଆସାମ ବନ୍ୟା: ଚଳିତ ବର୍ଷ ମୃତକଙ୍କ ସଂଖ୍ୟା ୧୧୭

ଗୁଆହାଟି,୨୫ ।୬: ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଜିଲାରେ ଏବେବି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁ ଶୁକ୍ରବାର ୪୫.୩୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ଆସାମ ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଫଳରେ ଚଳିତ ବର୍ଷ ଆସାମରେ ବନ୍ୟା ଓ ଭୂସ୍ଖଳନରେ ଏବେ ପର୍ଯ୍ୟନ୍ତ ୧୧୭ ଲୋଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିମଧ୍ୟରୁ ବନ୍ୟାରେ ୧୦୦ ଜଣଙ୍କ ଜୀବନ ଯାଇଥିବା ବେଳେ ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆସାମର ୨୮ ଜିଲାରେ ୨,୫୧୦ ଗାଁରେ ପାଖାପାଖି ୩୩,୦୩,୩୧୬ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହାସହ ବନ୍ୟାଯୋଗୁ ୯୧୬୫୮.୪୯ ହେକ୍ଟର ଫସଲ ନଷ୍ଟ ହୋଇଯାଇଛି ।

Share