Categories: ଜାତୀୟ

ଥରିଲା ଆସାମ

ଗୁଆହାଟୀ,୧୨।୨: ଆସାମର ନାଗାଓଁ ଜିଲାରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ରବିବାର ୪.୧୮ ସମୟରେ ଏହି ଭୂକମ୍ପ ଘଟିଛି।
ଏହାପୂର୍ବରୁ ଗୁଜରାଟର ସୁରଟ ଜିଲାରେ ୬.୬ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ସୁରଟର ପ୍ରାୟ ୨୭ କିଲୋମିଟର ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଏହାର ଭୂକମ୍ପ କେନ୍ଦ୍ରସ୍ଥଳ ଥିଲା।

Share