ଆସାମର ୭ ଜିଲାରେ ସମ୍ପୂର୍ଣ୍ଣ ଲକଡାଉନ୍‌

ଗୁଆହାଟି,୬ ।୭: କରୋନା ସଂକ୍ରମଣକୁ ଦେଖି ଏବେବି ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିଛି । କିଛି ରାଜ୍ୟରେ ଆଶିଂକ କୋହଳ କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଏବେବି କଡା କଡି ନିୟମ ପାଳନ କରାଯାଉଛି । ତେବେ ଆସାମର ୭ ଜିଲାରେ ଜୁଲାଇ ୭ ତାରିଖରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ କରାଯିବ ବୋଲି ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୋଲପାରା, ଘୋଲାଘାଟ, ଜୋରାଟ, ଲଖିମପୁର, ସୋନିତପୁର, ବିଶ୍ୱନାଥ ଓ ମୋରିଗାଁରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ରହିବ ବୋଲି କୁହାଯାଇଛି । ସୋମବାର ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨,୬୪୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୧୯,୮୩୪ରେ ପହଞ୍ଚିଛି । ବେଳକୁ ବେଳ ଆସାମରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Share