Categories: ଜାତୀୟ

କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କଲେ,କଳା ଶର୍ଟ ପିନ୍ଧିବା ପରିବର୍ତ୍ତେ ଆମେ ଉପର ଅଦାଲତ ଯିବୁ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଏମ୍‌ପିମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ବୁଧବାର କଂଗ୍ରେସର ବିରୋଧ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ଯଦି କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଭାଜପା ବିଧାୟକମାନେ କଳା ପୋଷାକ ପିନ୍ଧି ବିରୋଧ କରିବେ କି? ନା। ଆମେ ହାଇକୋର୍ଟ, ସୁପ୍ରିମକୋର୍ଟ, ସେସନ୍ସ କୋର୍ଟକୁ ଯିବୁ, କିନ୍ତୁ ଆମେ ନ୍ୟାୟପାଳିକାକୁ ବିରୋଧ କରିବୁ ନାହିଁ। ଭାରତୀୟ ଗଣତନ୍ତ୍ର ପାଇଁ ଏହି ଧାରା ଭଲ ନୁହେଁ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏପରି କି ସେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ।

Share