Categories: ଜାତୀୟ

ପୁଣି ଗିରଫ ହେଲେ ଜିଗ୍ନେଶ ମେଭାନି: କିଛି ସମୟ ପୂର୍ବରୁ ମିଳିଥିଲା ଜାମିନ

ଡିସପୁର,୨୫।୪: ଗୁଜରାଟ ବିଧାୟକ ଜିଗ୍ନେଶ ମେଭାନିଙ୍କୁ ପୁଣି ଥରେ ଆସାମ ପୋଲିସ ଗିରଫ କରିଛି। ବିଧାୟକ ଜିଗ୍ନେଶ ମେଭାନିଙ୍କୁ ତାଙ୍କ ଟୁଇଟ ସହ ଜଡିତ ଏକ ମାମଲାରେ ଜାମିନ ମିଳିବା ପରେ ଆସାମର ବାରପେଟା ପୋଲିସ ପୁନର୍ବାର ତାଙ୍କୁ ଗିରଫ କରିଛି। ଜିଗ୍ନେଶ ମେଭାନୀଙ୍କ ଓକିଲ ଅଙ୍ଗସୁମାନ ବୋରା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତ ସପ୍ତାହରେ ବିଧାୟକ ଜିଗ୍ନେଶଙ୍କୁ ଗିରଫ କରାଯାଇଥିଲା। ସୋମବାର ଜାମିନ ମିଳିବାର କିଛି ସମୟ ପରେ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଥିଲା। ପୁନର୍ବାର ଗିରଫ ହେବା ପରେ ମେଭାନୀଙ୍କୁ କୋକରାଜ ଜିଲାରୁ ବାରପେଟାକୁ ନିଆଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କରାଯାଇଥିବା ଟୁଇଟ ମାମଲାରେ ଏପ୍ରିଲ ୧୯ରେ ଗୁଜରାଟର ପାଲନପୁର ସହରରୁ ଗିରଫ କରାଯାଇଥିଲା। ସୋମବାର ଆସାମର କୋକରାଝରର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେଭାନିଙ୍କୁ ଜାମିନ ପ୍ରଦାନ କରିଥିଲେ।

Share