ଚତୁର୍ଥ ଥର ରାଷ୍ଟ୍ରପତି ହେଲେ ଅସାଦ

ଡମାସକସ୍‌, ୧୮ା୭: ଯୁଦ୍ଧ ପ୍ରଭାବିତ ସିରିଆର ରାଷ୍ଟ୍ରପତି ଭାବେ ଚତୁର୍ଥ ଥର ପାଇଁ ଶନିବାର ଶପଥ ଗ୍ରହଣ କରିଛନ୍ତି ବଶାର ଅଲ୍‌ ଅସାଦ। ଗତ ମେ’ରେ ହୋଇଥିବା ନିର୍ବାଚନକୁ ବିରୋଧୀ ଦଳ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବେଆଇନ ବୋଲି ଦର୍ଶାଇଥିଲେ ହେଁ ଆସନ୍ତା ୭ ବର୍ଷ ପାଇଁ ଅସାଦ ରାଷ୍ଟ୍ରପତି ରହିବେ। ୨୦୦୦ ମସିହାଠାରୁ କ୍ଷମତା ରହିବା ସତ୍ତ୍ୱେ ଅସାଦଙ୍କ ସମୟରେ ସିରିଆ ୧୦ ବର୍ଷ ହେଲା ଯୁଦ୍ଧରେ ନଷ୍ଟଭ୍ରଷ୍ଟ ହୋଇଛି ଏବଂ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଜାତିସଂଘର ଆକଳନ ଅନୁସାରେ ଦେଶର ୮୦ ପ୍ରତିଶତରୁ ଅଧିକ ଲୋକ ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି।

Share