ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଛି। ଏହି ମାମଲାକୁ ନେଇ ଆସନ୍ତା ସୋମବାର ଶୁଣାଣି ହୋଇପାରେ।
ଅନ୍ୟପଟେ, ଏହି ଘଟଣା ସମ୍ପୁର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ଓପିଏସସି କର୍ତ୍ତୃପକ୍ଷ ଏକ ପ୍ରେସ ନୋଟ ଜାରି କରି କହିଛନ୍ତି। ହେଲେ ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଛି।