‘ସ୍ବଚ୍ଛତାର ସହ ହୋଇଛି ଏଏସ୍‌ଓ ପରୀକ୍ଷା’

 

କଟକ ଅଫିସ, ୨୩ା୧୧: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୨୫ଶହ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଲକ୍ଷ୍ୟ ରଖିଛି। ୨୦୨୨-୨୩ ବର୍ଷ ପାଇଁ ପ୍ରାୟ ୪ହଜାର ପଦବୀ ପୂରଣ ପାଇଁ କ୍ୟାଲେଣ୍ଡରରେ ପ୍ରକାଶ ପାଇଥିଲା। ତେବେ ଗତ ୬ ମାସ ମଧ୍ୟରେ ସେଥିମଧ୍ୟରୁ ମୋଟ ୧୭ ଟି ବିଭାଗ ପାଇଁ ଗ୍ରୁପ ଏ ଓ ବି ବର୍ଗରେ ୧,୫୪୧ ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚିତ କରାଯାଇ ସ୍ବୀକୃତି ପ୍ରଦାନ କରାଯାଇଛି। ଏଗ୍ରିକଲ୍‌ଚର ବିଭାଗର ଆସିଷ୍ଟାଣ୍ଟ ହଟି କଲଚର ଅଫିସର ଏବଂ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ପାଇଁ ୬୦, ଭେଟେନାରି ଆସିଷ୍ଟାଣ୍ଟ ସର୍ଜନ ୧୪୬, ଓଡ଼ିଶା ସିଭିଲ ସର୍ଭିସର ୩୯୨, ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୨୫୦, ବିଭିନ୍ନ କଲେଜ ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ୪୪୮, ଇନ୍‌ସ୍ୟୁରାନ୍ସ ମେଡିକାଲ ଅଫିସର ୫୫, ଓଜେଏସ୍‌ ୫୦, ଜୁନିୟର କଲେଜରେ ପୋଷ୍ଟ ଗ୍ରାଜୁଏଟ ଟିଚର୍ସ ୧୦୦, ଜିଓଲୋଜିଷ୍ଟ ମାଇନିଂ ଅଫିସର ୪୦ଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ତେବେ ମାର୍ଚ୍ଚ ମଧ୍ୟରେ ୨୫ଶହ ପଦବୀ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି ବୋଲି ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି।
ଓପିଏସ୍‌ସି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ମହାନ୍ତି ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର(ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି। ଅତ୍ୟନ୍ତ ସ୍ବଚ୍ଛତାର ସହ ଏଏସ୍‌ଓ ପରୀକ୍ଷା ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫାଇନାଲ ରେଜଲ୍ଟ ପରେ ମାର୍କଶିଟ୍‌ ଓ ଆନ୍‌ସର ଶିଟ୍‌ ଅପଲୋଡ୍‌ କରାଯିବ। କିଛି ପିଲାଙ୍କ ଅଭିଯୋଗ ଥିଲା କି ସେମାନଙ୍କ ଠାରୁ କମ୍‌ ମାର୍କ ରଖିଥିବା ପ୍ରାର୍ଥୀ ମଧ୍ୟ ଚୟନ ହୋଇଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଓପିଏସ୍‌ସି ପକ୍ଷରୁ ମାର୍କ ଦିଆଯାଇ ନାହିଁ। ସେଥିପାଇଁ ତାହା କେତେ ସତ ତାହା ସନ୍ଦେହରେ। ହେଲେ ଯଦି ଏପରି ହୋଇଛି ତେବେ ଉକ୍ତ ପ୍ରାର୍ଥୀ କ୍ୱାଲିଫାଇଂ ମାର୍କ ରଖି ନ ଥିବେ। ସେଥିପାଇଁ ସେ ମେଧା ତାଲିକାରୁ ବାଦ୍‌ ପଡିଥିବେ। ଭିତ୍ତିହୀନ ଅନେକ ଅଭିଯୋଗ ହୋଇଥିଲା। ଟଙ୍କା କାରବାର ନେଇ ନିଯୁକ୍ତି ଦିଆଯାଉଥିବା ଅଭିଯୋଗକୁ ବି ଅଧ୍ୟକ୍ଷ ଖଣ୍ଡନ କରି କହିଛନ୍ତି,ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ନ ହେବା ପାଇଁ ୱେବସାଇଟ ଠାରୁ ଆରମ୍ଭକରି ଖବରକାଗଜଗୁଡ଼ିକରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଉଛି। କେବଳ ଏସ୍‌ଏସ୍‌ଓ ନୁହେଁ, ଓପିଏସ୍‌ସି ପକ୍ଷରୁ କରାଯାଉଥିବା ସମସ୍ତ ପରୀକ୍ଷାକୁ ଯୋଗ୍ୟତା ଆଧାରରେ ହିଁ ପ୍ରାର୍ଥୀ ଚୟନ କରାଯାଉଛି। ଯଦି ଏକ ଦିନ ମଜୁରିଆର ପୁଅ, ଖବରକାଗଜ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଝିଅ ଓସିଏସ୍‌ ପାଇ ପାରୁଛନ୍ତିି, ତାହା କେବଳ ଯୋଗ୍ୟତା ଆଧାରରେ। ଓପିଏସ୍‌ସିର ସ୍ବଚ୍ଛ ପରୀକ୍ଷା ନେଇ ଏହାହିଁ ସବୁଠାରୁ ବଡ଼ ପ୍ରମାଣ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri