Categories: ଜାତୀୟ

ଢାବା ମାଲିକଙ୍କୁ ମିଛ ମାମଲାରେ ଜେଲ ପଠାଇଦେଲେ ପୋଲିସ ବାବୁ

ଲକ୍ଷ୍ନୌ,୨୩।୩: ବେଆଇନ ମଦ ଓ ଗଞ୍ଜେଇ ରଖିବା ମିଛ ମାମଲାରେ ଢାବା ମାଲିକଙ୍କ ସହ ୯ ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ପୋଲିସ ଇନସ୍ପେକ୍ଟର ଓ ୨ ଜଣ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ଖାଇବା ପରେ ୨ ପୋଲିସକର୍ମୀଙ୍କୁ ଟଙ୍କା ମାଗିଥିଲେ ଢାବା କର୍ମଚାରୀ। ଟଙ୍କା ନ ଦେବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିଯୋଗୁ ମିଛ ଅଭିଯୋଗରେ ଢାବା ମାଲିକଙ୍କୁ ଗିରଫ କରିଥିଲେ ପୋଲିସ ଅଧିକାରୀ।

ମିଛ ମାମଲାରେ ଗିରଫ ହେବାର ୪୦ ଦିନ ପରେ ଅନ୍ୟ ପୋଲିସ ଅଧିକାରୀଙ୍କ ସାମ୍ନାକୁ ଆସିଛି ପ୍ରକୃତ ଘଟଣା। ଢାବା ମାଲିକ ସମେତ କର୍ମଚାରୀ ଓ ଯୁକ୍ତିତର୍କ ବେଳେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିବା ଗ୍ରାହକଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଫେବୃୟାରୀ ୪ ତାରିଖରେ ଗିରଫ କରାଯାଇଥିଲା। ଉକ୍ତ ଦିନ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା, ଢାବାରୁ ୬ଟି ଦେଶୀ ବନ୍ଧୁକ, ୧୨ଟି ଜୀବନ୍ତ ଗୁଳି, ଦୁଇ କେଜି ଗଞ୍ଜେଇ ଓ ୮୦ ଲିଟର ଅପମିଶ୍ରିତ ମଦ ଜବତ ହୋଇଛି।

ଢାବା ମାଲିକଙ୍କ ଭାଇ ପ୍ରବୀଣ କୁମାର କହିଛନ୍ତି, ଫେବୃଆରୀ ୪ ତାରିଖ ଦିନ ଅପରାହ୍ନରେ ଆମ ଢାବାରେ କିଛି ପୁଲିସ କର୍ମୀ ଖାଇଥିଲେ। ମୋ ଭାଇ ସେଠାରେ ଥିଲା। ଖାଇବା ଟଙ୍କାକୁ ନେଇ ମୋ ଭାଇ ସହ ସେମାନଙ୍କର ହୋଇଥିଲା ଯୁକ୍ତିତର୍କ। ସେମାନେ ନିୟମିତ ଏଭଳି କରୁଥିଲେ। ଖାଇବା ପରେ ଟଙ୍କା ଦିଅନ୍ତି ନାହିଁ। ଗାଳି ଗୁଲଜ କରନ୍ତି।

ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ଜାଣିବା ପରେ ଆରମ୍ଭ ହୋଇଥିଲା ତଦନ୍ତ। ନଲମ୍ବିତ ପୁଲିସ ଅଧିକାରୀମାନଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ରହିଛି। କୋଟୱାଲି ଦେହାତ ପୁଲିସ ଷ୍ଟେସନର ଇନଚାର୍ଜ ଘଟଣାରେ ସାମିଲ ଥିଲେ। ଘଟଣାର ତଦନ୍ତ ଏଟାର ସିପିଙ୍କୁ କୁହାଯାଇଥିଲା। ପ୍ରାଥମିକ ତଦନ୍ତରୁ ଅଭିଯୋଗରେ ସତ୍ୟତା ଥିବା

Share