Categories: ଜାତୀୟ

ହିଂସା ସ୍ଥଳ ପରିଦର୍ଶନ କରିବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ମନା

କୋଲକାତା,୧୨।୬: ପଶ୍ଚିମବଙ୍ଗ ହାଓ୍ବଡ଼ା ଜିଲାରେ ହିଂସାକାଣ୍ଡ ଘଟିଥିବା ଘଟଣାସ୍ଥଳ ପରିଦର୍ଶନ କରିବାକୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମନା କରାଯାଇଛି। ଏହା ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଶୁଭେନ୍ଦୁ କହିବା ସହ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି।

କାଣ୍ଟି ପୋଲିସ ଷ୍ଟେଶନର ଦାୟିତ୍ୱରେ ଥିବା ଥାନା ଅଧିକାରୀ ଏକ ଚିଠି ଜରିଆରେ ଶୁଭେନ୍ଦୁଙ୍କୁ ହାଓ୍ବଡ଼ା ଜିଲା ପରିଦର୍ଶନ ନ କରିବାକୁ କୁହାଯାଇଛି। ପରିଦର୍ଶନ ବେଳେ ତାଙ୍କ ସୁରକ୍ଷାକୁ ନେଇ ଚିଠିରେ ଚିନ୍ତା ପ୍ରକଟ କରାଯାଇଛି।

ହେଲେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଜିଲାର ପାର୍ଟି କାର୍ଯ୍ୟାଳୟ ପରିଦର୍ଶନ ସହ ଏକାକୀ ଘଟଣାସ୍ଥଳ ପରିଦର୍ଶନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି।

ଅନ୍ୟପକ୍ଷେ ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ହିଂସାକାଣ୍ଡ ଘଟିଥିବା ସ୍ଥଳ ପରିଦର୍ଶନ ପାଇଁ ଯାଉଥିବା ବେଳେ ତାଙ୍କୁ ଶନିବାର ଗିରଫ କରାଯାଇଥିଲା। ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା।

Share