Categories: ଫୁରସତ

ନନ୍‌ଭେଜ ପିଜ୍ଜା ଆସିବାରୁ କୋଟିଏ ମାଗିଲେ

ଭେଜ୍‌ (ଶାକାହାରୀ) ପିଜ୍ଜା ବଦଳରେ ନନ୍‌ଭେଜ୍‌(ଆମିଷ) ପିଜ୍ଜା ଡେଲିଭରି ଦେବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଏକ କମ୍ପାନୀକୁ ମହଙ୍ଗା ପଡ଼ିଛି। ପିଜ୍ଜା ପାଇଥିବା ମହିଳା ଜଣକ କମ୍ପାନୀ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଆଣିବା ସହ ୧ କୋଟି ଟଙ୍କା ଦାବି କରି ଖାଉଟି ଅଦାଲତରେ ପିଟିଶନ ଦାଖଲ କରିଛନ୍ତି। ମହିଳା ଜଣକ ଆମେରିକୀୟ ଭେଜ୍‌ ପିଜ୍ଜା ପାଇଁ ଅର୍ଡର ଦେଇଥିଲେ। କିନ୍ତୁ ଭୁଲ୍‌ବଶତଃ ତାଙ୍କ ନିକଟରେ ନନ୍‌ଭେଜ୍‌ ପିଜ୍ଜା ପହଞ୍ଚିଥିଲା। ଏହି ପିଜ୍ଜା ଖାଇବା ଯୋଗୁ ତାଙ୍କ ଧାର୍ମିକ ବିଶ୍ୱାସ, ପାରିବାରିକ ପରମ୍ପରା ଭାଙ୍ଗିଛି। ଫଳରେ ସେ ପିଜ୍ଜା ଖାଇବା ଛାଡ଼ିଦେଇଛନ୍ତି ବୋଲି ପିଟିଶନରେ ଦର୍ଶାଇଛନ୍ତି।

Share