Posted inଖେଳ

ୟୋ ୟୋ ଟେଷ୍ଟ ସମ୍ପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୯ (ପି.ଟି.)-ଭାରତୀୟ କ୍ରିକେଟରମାନଙ୍କ ଫିଟ୍‌ନେସ୍‌ ବଜାୟ ରଖିବା କ୍ଷେତ୍ରରେ ୟୋ ୟୋ ଟେଷ୍ଟର ଭୂମିକା କ’ଣ ରହିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ବିରାଟ କୋହଲିଙ୍କୁ ପଚାରି ବୁଝିଛନ୍ତି। ବାଧ୍ୟତାମୂଳକ ଏରୋବିକ୍‌ ଫିଟ୍‌ନେସ୍‌ ରୁଟିନ ଉପରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ର ଏକବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ନେସ୍‌ ଏକ୍ସପର୍ଟ ଏବଂ ଦେଶର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିଥିଲେ। ମୋଦି ବିଶେଷ କରି ୟୋ ୟୋ ଟେଷ୍ଟ ଉପରେ କୋହଲିଙ୍କଠାରୁ ଜାଣିବାକୁ ଚାହିଁଥିଲେ। ଦଳର ଅଧିନାୟକଙ୍କୁ ଏହି ଟେଷ୍ଟ ଦେବାକୁ ହୋଇ ଥାଏ କି ନା ତାହା ପଚାରିଥିଲେ। ଭର୍ଚୁଆଲ ବାର୍ତ୍ତାଳାପ ସମୟରେ କୋହଲି କହିଥିଲେ, ଫିଟ୍‌ନେସ୍‌ ଦୃଷ୍ଟିକୋଣରୁ ଏହି ଟେଷ୍ଟ ଗୁରୁତ୍ୱ ବହନ କରୁଛି। ଆମେ ଯଦି ଗ୍ଲୋବାଲ ଫିଟ୍‌ନେସ୍‌ ସ୍ତର ଉପରେ ଆଲୋଚନା କରିବା ତେବେ ଆମ ଦଳର ଫିଟ୍‌ନେସ୍‌ ସ୍ତର ଅନ୍ୟ ଦଳଗୁଡ଼ିକଠାରୁ ଏବେ ସୁଦ୍ଧା କମ୍‌ ରହିଛି। ଆମକୁ ଏହି ସ୍ତରରେ ବୃଦ୍ଧି ଆଣିବାକୁ ହେବ। ୟୋ ୟୋ ଟେଷ୍ଟ କଷ୍ଟସାଧ୍ୟ। ଏଥିରେ ଦୁଇ ସେଟ୍‌ କୋନ୍‌ ୨୦ମିଟର ଛାଡ଼ି ରଖା ଯାଇଥାଏ। ବିପ୍‌ ସାଉଣ୍ଡ ହେବାମାତ୍ରେ ଆଥଲେଟ୍‌ଙ୍କୁ ପରବର୍ତ୍ତୀ ବିପ୍‌ ସାଉଣ୍ଡ ଆସିବା ପୂର୍ବରୁ ଅନ୍ୟ ପାର୍ଶ୍ୱରେ ରହିଥିବା ମାର୍କରରେ ପହଞ୍ଚତ୍ବାକୁ ପଡ଼ିଥାଏ। ତୃତୀୟ ବିପ୍‌ ସାଉଣ୍ଡ୍‌ ପୂର୍ବରୁ ଆଥଲେଟ୍‌ଙ୍କୁ ସେ ରେସ୍‌ ଆରମ୍ଭ କରିଥିବା ସ୍ଥାନକୁ ଫେରିବାକୁ ହୋଇଥାଏ। ପରବର୍ତ୍ତୀ ଦୌଡ଼ ପାଇଁ କ୍ରମେ ବିପ୍‌ ସାଉଣ୍ଡର ବ୍ୟବଧାନ କମାଇ ଦିଆଯାଇଥାଏ।
ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଖେଳିବା ଲାଗି କୋହଲି ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଛନ୍ତି। କୋହଲି କହିଥିଲେ ସେ ନିଜେ ଯଦି ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ନ ହୁଅନ୍ତି ତେବେ ସିଲେକ୍ସନ ପାଇଁ ଉପଲବ୍ଧ ହୋଇ ପାରିବେ ନାହିଁ। ଉନ୍ନତ ଫିଟ୍‌ନେସ୍‌ ଦ୍ୱାରା ବିଶେଷ କରି ଫାଷ୍ଟ ବୋଲରମାନେ ଉପକୃତ ହୋଇଥାନ୍ତି। ଭର୍ଚୁଆଲ ବାର୍ତ୍ତାଳାପ ସେସନରେ ଅଂଶଗ୍ରହଣ କରିଥିବା ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ରହିଥିଲେ ପାରା ଅଲିମ୍ପିକ ଜାଭେଲିନ୍‌ ସ୍ବର୍ଣ୍ଣ ବିଜୟୀ ଦେବେନ୍ଦ୍ର ଝାଝାରିଆ ଏବଂ ଜମ୍ମୁ-କଶ୍ମୀର ମହିଳା ଫୁଟ୍‌ବଲର ଅଫସାନ ଆଶିକ୍‌। ଅଭିନେତା, ମଡେଲ ତଥା ଧାବକ ମିଲିନ୍ଦ ସୋମନ ଏବଂ ନ୍ୟୁଟ୍ରିଶନିଷ୍ଟ ରୁଜୁତା ଦିଓ୍ବେକର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ ଅଫସାନଙ୍କ ସହ କଥା ହୋଇଥିଲେ, ଯିଏକି ୨୦୧୭ରେ ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରେ ଟେକା ପକାଇବା ଘଟଣାରେ ଚର୍ଚ୍ଚିତ ହୋଇଥିଲେ। ଏହି ୨୫ ବର୍ଷୀୟା ଜମ୍ମୁ-କଶ୍ମୀର ମହିଳା ଫୁଟ୍‌ବଲ ଟିମ୍‌ର ଗୋଲକିପର ଭାବେ ଖେଳିଛନ୍ତି। ପରେ ସେ ୨୦୧୯ରେ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଏଫ୍‌ସି କୋହ୍ଲାପୁର ସିଟି ଦଳ ତରଫରୁ ଖେଳିଥିଲେ। ଶ୍ରୀନଗରରେ ସେ ୟଙ୍ଗଷ୍ଟରମାନଙ୍କୁ ଟ୍ରେନିଂ ଦେଉଛନ୍ତି। ମୋଦି ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଅଫ୍‌ସାନ କହିଥିଲେ, ‘କ୍ୟାପଟେନ କୁଲ୍‌’ ଭାବେ ପରିଚିତ ପୂର୍ବତନ ଭାରତ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କଠାରୁ ସେ ପ୍ରେରଣା ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri