Posted inଖେଳ

ୟୋ ୟୋ ଟେଷ୍ଟ ସମ୍ପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୯ (ପି.ଟି.)-ଭାରତୀୟ କ୍ରିକେଟରମାନଙ୍କ ଫିଟ୍‌ନେସ୍‌ ବଜାୟ ରଖିବା କ୍ଷେତ୍ରରେ ୟୋ ୟୋ ଟେଷ୍ଟର ଭୂମିକା କ’ଣ ରହିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ବିରାଟ କୋହଲିଙ୍କୁ ପଚାରି ବୁଝିଛନ୍ତି। ବାଧ୍ୟତାମୂଳକ ଏରୋବିକ୍‌ ଫିଟ୍‌ନେସ୍‌ ରୁଟିନ ଉପରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ର ଏକବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ନେସ୍‌ ଏକ୍ସପର୍ଟ ଏବଂ ଦେଶର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିଥିଲେ। ମୋଦି ବିଶେଷ କରି ୟୋ ୟୋ ଟେଷ୍ଟ ଉପରେ କୋହଲିଙ୍କଠାରୁ ଜାଣିବାକୁ ଚାହିଁଥିଲେ। ଦଳର ଅଧିନାୟକଙ୍କୁ ଏହି ଟେଷ୍ଟ ଦେବାକୁ ହୋଇ ଥାଏ କି ନା ତାହା ପଚାରିଥିଲେ। ଭର୍ଚୁଆଲ ବାର୍ତ୍ତାଳାପ ସମୟରେ କୋହଲି କହିଥିଲେ, ଫିଟ୍‌ନେସ୍‌ ଦୃଷ୍ଟିକୋଣରୁ ଏହି ଟେଷ୍ଟ ଗୁରୁତ୍ୱ ବହନ କରୁଛି। ଆମେ ଯଦି ଗ୍ଲୋବାଲ ଫିଟ୍‌ନେସ୍‌ ସ୍ତର ଉପରେ ଆଲୋଚନା କରିବା ତେବେ ଆମ ଦଳର ଫିଟ୍‌ନେସ୍‌ ସ୍ତର ଅନ୍ୟ ଦଳଗୁଡ଼ିକଠାରୁ ଏବେ ସୁଦ୍ଧା କମ୍‌ ରହିଛି। ଆମକୁ ଏହି ସ୍ତରରେ ବୃଦ୍ଧି ଆଣିବାକୁ ହେବ। ୟୋ ୟୋ ଟେଷ୍ଟ କଷ୍ଟସାଧ୍ୟ। ଏଥିରେ ଦୁଇ ସେଟ୍‌ କୋନ୍‌ ୨୦ମିଟର ଛାଡ଼ି ରଖା ଯାଇଥାଏ। ବିପ୍‌ ସାଉଣ୍ଡ ହେବାମାତ୍ରେ ଆଥଲେଟ୍‌ଙ୍କୁ ପରବର୍ତ୍ତୀ ବିପ୍‌ ସାଉଣ୍ଡ ଆସିବା ପୂର୍ବରୁ ଅନ୍ୟ ପାର୍ଶ୍ୱରେ ରହିଥିବା ମାର୍କରରେ ପହଞ୍ଚତ୍ବାକୁ ପଡ଼ିଥାଏ। ତୃତୀୟ ବିପ୍‌ ସାଉଣ୍ଡ୍‌ ପୂର୍ବରୁ ଆଥଲେଟ୍‌ଙ୍କୁ ସେ ରେସ୍‌ ଆରମ୍ଭ କରିଥିବା ସ୍ଥାନକୁ ଫେରିବାକୁ ହୋଇଥାଏ। ପରବର୍ତ୍ତୀ ଦୌଡ଼ ପାଇଁ କ୍ରମେ ବିପ୍‌ ସାଉଣ୍ଡର ବ୍ୟବଧାନ କମାଇ ଦିଆଯାଇଥାଏ।
ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଖେଳିବା ଲାଗି କୋହଲି ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଛନ୍ତି। କୋହଲି କହିଥିଲେ ସେ ନିଜେ ଯଦି ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ନ ହୁଅନ୍ତି ତେବେ ସିଲେକ୍ସନ ପାଇଁ ଉପଲବ୍ଧ ହୋଇ ପାରିବେ ନାହିଁ। ଉନ୍ନତ ଫିଟ୍‌ନେସ୍‌ ଦ୍ୱାରା ବିଶେଷ କରି ଫାଷ୍ଟ ବୋଲରମାନେ ଉପକୃତ ହୋଇଥାନ୍ତି। ଭର୍ଚୁଆଲ ବାର୍ତ୍ତାଳାପ ସେସନରେ ଅଂଶଗ୍ରହଣ କରିଥିବା ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ରହିଥିଲେ ପାରା ଅଲିମ୍ପିକ ଜାଭେଲିନ୍‌ ସ୍ବର୍ଣ୍ଣ ବିଜୟୀ ଦେବେନ୍ଦ୍ର ଝାଝାରିଆ ଏବଂ ଜମ୍ମୁ-କଶ୍ମୀର ମହିଳା ଫୁଟ୍‌ବଲର ଅଫସାନ ଆଶିକ୍‌। ଅଭିନେତା, ମଡେଲ ତଥା ଧାବକ ମିଲିନ୍ଦ ସୋମନ ଏବଂ ନ୍ୟୁଟ୍ରିଶନିଷ୍ଟ ରୁଜୁତା ଦିଓ୍ବେକର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ ଅଫସାନଙ୍କ ସହ କଥା ହୋଇଥିଲେ, ଯିଏକି ୨୦୧୭ରେ ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରେ ଟେକା ପକାଇବା ଘଟଣାରେ ଚର୍ଚ୍ଚିତ ହୋଇଥିଲେ। ଏହି ୨୫ ବର୍ଷୀୟା ଜମ୍ମୁ-କଶ୍ମୀର ମହିଳା ଫୁଟ୍‌ବଲ ଟିମ୍‌ର ଗୋଲକିପର ଭାବେ ଖେଳିଛନ୍ତି। ପରେ ସେ ୨୦୧୯ରେ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଏଫ୍‌ସି କୋହ୍ଲାପୁର ସିଟି ଦଳ ତରଫରୁ ଖେଳିଥିଲେ। ଶ୍ରୀନଗରରେ ସେ ୟଙ୍ଗଷ୍ଟରମାନଙ୍କୁ ଟ୍ରେନିଂ ଦେଉଛନ୍ତି। ମୋଦି ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଅଫ୍‌ସାନ କହିଥିଲେ, ‘କ୍ୟାପଟେନ କୁଲ୍‌’ ଭାବେ ପରିଚିତ ପୂର୍ବତନ ଭାରତ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କଠାରୁ ସେ ପ୍ରେରଣା ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri