ଅଲଗା ହେବା ଖବରକୁ ନେଇ ମୁହଁ ଖୋଲିଲେ ଅସିନ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଅସିନଙ୍କୁ ନେଇ କିଛି ଖବର ଏବେ ଚର୍ଚ୍ଚାକୁ ଆସିଛି। କୁହାଯାଉଛି କି ଅସିନ ଓ ତାଙ୍କ ସ୍ବାମୀ ରାହୁଲ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ। ସେ ଇନଷ୍ଟାଗ୍ରାମରୁ ନିଜ ସ୍ବାମୀଙ୍କ ସବୁ ଫଟୋ ଡିଲିଟ କରି ଦେଇଛନ୍ତି। କେବଳ ସେତିକି ନୁହେଁ ସୋସିଆଲ ମିଡିଆରୁ ସେମାନଙ୍କ ବିବାହ ବେଳର ଫଟୋ ବି ହଟାଇ ଦିଆଯାଇଛି। ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଅସିନ ଓ ରାହୁଲଙ୍କ ଏକ ଫ୍ୟାନ ପେଜ କପଲ ଅଲଗା ହେଉଥିବା ଦାବି କରିଛି। ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଫଟୋ ଶେୟାର କରି ଦାବି କରାଯାଇଛି କି ସେ ଫେବୃୟାରୀରୁ ରାହୁଲଙ୍କ ସହ ତାଙ୍କ ଫଟୋ ଡିଲିଟ କରି ଚାଲିଛନ୍ତି। ହେଲେ ଅଫିସିୟାଲି ଏମିତି କିଛି ସୂଚନା ଦିଆଯାଇନାହିଁ କି ଏମାନେ ଅଲଗା ହେଉଛନ୍ତି। ଏହାମଧ୍ୟ ଜଣାପଡି ନାହିଁ ଯେ କାହିଁକି ରାହୁଲଙ୍କ ସହ ଅସିନଙ୍କ ଫଟୋକୁ ଅଭିନେତ୍ରୀ ଡିଲିଟ କରୁଛନ୍ତି।
ହେଲେ ଅସିନ ଏବେ ପର୍ଯ୍ୟନ୍ତ ଗୋଟିଏ ଫଟୋକୁ ଡିଲିଟ କରି ନାହାନ୍ତି। ଏହା ସେମାନଙ୍କର ରିସେପଶନର ଫଟୋ। ଯେଉଁଥିରେ ରାହୁଲ ଓ ଅସିନଙ୍କ ସହ ସ୍ବର୍ଗତ ଋଷି କପୁର ବି ନଜର ଆସିଛନ୍ତି। ଏହି ଫଟୋକୁ ସେ ଋଷି କପୁରଙ୍କ ପରଲୋକ ସମୟରେ ଶେୟାର କରିଥିଲେ।

ଏବେ ଏସବୁ ଖବର ଭିତରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ। ବୁଧବାର ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିଜରେ ପୋଷ୍ଟ କରି ଏହି ଗୁଜବ ଖବରକୁ ନେଇ ରିଆକ୍ସନ ଦେଇଛନ୍ତି। ସେ ଲେଖିଛନ୍ତି, ଏବେ ସେ ରାହୁଲଙ୍କ ସହ ଗ୍ରୀଷ୍ମ ଛୁଟି ଏନଜୟ କରୁଛନ୍ତି। ରାହୁଲଙ୍କ ସହ ଡିଭୋର୍ସ ଖବରକୁ ସେ କଳ୍ପନାଶୀଳ ଓ ବେସଲେସ ବୋଲି କହିଛନ୍ତି।
ଅସିନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ସତରେ ଆମେ ପରସ୍ପର ସାମ୍ନାରେ ବସି ବ୍ରେକଫାଷ୍ଟ ଏନଜୟ କରୁଛୁ। ପ୍ଲିଜ କିଛି ଭଲ କରନ୍ତୁ। ଆପଣଙ୍କ ଦିନ ଗ୍ରେଟ ହେଉ।

Share