ତୁଚ୍ଛାଟାରେ ଡିଣ୍ଡିମ ପିଟୁଥିଲା ପାକିସ୍ତାନ: ଆମେରିକାକୁ ଆସିମ ମୁନିରଙ୍କୁ ମିଳିନାହିଁ ନିମନ୍ତ୍ରଣ, ୨୪ ଘଣ୍ଟାରେ…

ଇସଲାମାବାଦ,୧୨।୬: ପାକିସ୍ତାନର ଆଉ ଏକ ମିଛ ସାମ୍ନାକୁ ଆସିଛି। ପାକିସ୍ତାନ ବିଶ୍ୱରେ ନିଜର ପତିଆରାକୁ ଦେଖାଇବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିଆସିଛି। ଏବେ ସେଭଳି କିଛି ଚେଷ୍ଟାର ପର୍ଦ୍ଦାଫାଶ ହୋଇଛି। ବୁଧବାର ପାକିସ୍ତାନ ସୂଚନା ଦେଇଥିଲା ଯେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଆମେରିକାରେ ୨୫୦ତମ ବିଜୟ ଦିବସ ପରେଡରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ହେଲେ ରିପୋର୍ଟ ମୁତାବକ ପାକିସ୍ତାନୀ ଜେନେରାଲ ଅସୀମ ମୁନିରଙ୍କୁ ବିଜୟ ଦିବସ ପରେଡରେ ନିମନ୍ତ୍ରଣ କରାଯାଇ ନାହିଁ। ମୁନିର କେବଳ ଆମେରିକା ଗସ୍ତରେ ଯାଉଛନ୍ତି ଯେଉଁଠାରେ ସେ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ ଏବଂ ଏହି ଗସ୍ତ ବିଜୟ ଦିବସ ପରେଡ ପାଇଁ ନୁହେଁ।

ପାକିସ୍ତାନୀ ପ୍ରଚାରରେ ମୁନିରଙ୍କ ଗସ୍ତକୁ ଅଧିକ ଦେଖାଇ ପ୍ରଚାର କରାଯାଉଥିଲା ଯେ ତାଙ୍କୁ ବିଜୟ ଦିବସ ପରେଡ ଲାଗି ନିମନ୍ତ୍ରଣ କରାଯାଇଛି। ଏବେ ସତ ଜଣାପଡ଼ିବା ପରେ ମଧ୍ୟ ଭାରତ ଏବେ ବି ଅସୀମ ମୁନିରଙ୍କ ଏହି ଗସ୍ତ ଉପରେ ନଜର ରଖିବ, କାରଣ ଏହି ଗସ୍ତ ଭାରତ-ପାକିସ୍ତାନ ମଧ୍ୟ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତିର ଏକ ମାସ ପରେ ହେଉଛି।

ଯୁକ୍ତରାଷ୍ଟ୍ର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ)ର କମାଣ୍ଡର ଜେନେରାଲ ମାଇକେଲ କୁରିଲା ପାକିସ୍ତାନ ବିଷୟରେ କହିଛନ୍ତି, “ସେମାନେ ବର୍ତ୍ତମାନ ଆତଙ୍କବାଦ ବିରୋଧରେ ଲଢ଼େଇରେ ସକ୍ରିୟ ଅଛନ୍ତି ଏବଂ ଆତଙ୍କବାଦ ବିରୋଧୀ ବିଶ୍ୱରେ ଏକ ଅଭୂତପୂର୍ବ ସହଯୋଗୀ ହୋଇଛନ୍ତି।” ସେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ISIS-K ଆତଙ୍କବାଦୀଙ୍କୁ ପିଛା କରିବା ପାଇଁ ପାକିସ୍ତାନୀ ସେନାକୁ ମଧ୍ୟ ପ୍ରଶଂସା କରଛନ୍ତି।

ସୂଚନାଯୋଗ୍ୟ, ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିବା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଥିଲା। ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ନାଗରିକଙ୍କ ପ୍ରତିଶୋଧ ନେବା ପାଇଁ, ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଥିଲା, ଏହି ଆକ୍ରମଣରେ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଇଛି। ଏହା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା, ଯାହାର ପ୍ରତିଶୋଧ ଭାରତୀୟ ସେନା ନେଇଥିଲା।

ଚାରି ଦିନ ଧରି ଚାଲିଥିବା ଏହି ଉତ୍ତେଜନା ପରେ, ଟ୍ରମ୍ପ ଘୋଷଣା କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି କରାଯାଇଛି। ଏହା ପରେ, ସେ ଅନେକ ମଞ୍ଚରେ ଏହାର ଶ୍ରେୟ ନେଇଥିଲେ ଏବଂ କହିଥିଲେ ଯେ ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri