ତୁଚ୍ଛାଟାରେ ଡିଣ୍ଡିମ ପିଟୁଥିଲା ପାକିସ୍ତାନ: ଆମେରିକାକୁ ଆସିମ ମୁନିରଙ୍କୁ ମିଳିନାହିଁ ନିମନ୍ତ୍ରଣ, ୨୪ ଘଣ୍ଟାରେ…

ଇସଲାମାବାଦ,୧୨।୬: ପାକିସ୍ତାନର ଆଉ ଏକ ମିଛ ସାମ୍ନାକୁ ଆସିଛି। ପାକିସ୍ତାନ ବିଶ୍ୱରେ ନିଜର ପତିଆରାକୁ ଦେଖାଇବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିଆସିଛି। ଏବେ ସେଭଳି କିଛି ଚେଷ୍ଟାର ପର୍ଦ୍ଦାଫାଶ ହୋଇଛି। ବୁଧବାର ପାକିସ୍ତାନ ସୂଚନା ଦେଇଥିଲା ଯେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଆମେରିକାରେ ୨୫୦ତମ ବିଜୟ ଦିବସ ପରେଡରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ହେଲେ ରିପୋର୍ଟ ମୁତାବକ ପାକିସ୍ତାନୀ ଜେନେରାଲ ଅସୀମ ମୁନିରଙ୍କୁ ବିଜୟ ଦିବସ ପରେଡରେ ନିମନ୍ତ୍ରଣ କରାଯାଇ ନାହିଁ। ମୁନିର କେବଳ ଆମେରିକା ଗସ୍ତରେ ଯାଉଛନ୍ତି ଯେଉଁଠାରେ ସେ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ ଏବଂ ଏହି ଗସ୍ତ ବିଜୟ ଦିବସ ପରେଡ ପାଇଁ ନୁହେଁ।

ପାକିସ୍ତାନୀ ପ୍ରଚାରରେ ମୁନିରଙ୍କ ଗସ୍ତକୁ ଅଧିକ ଦେଖାଇ ପ୍ରଚାର କରାଯାଉଥିଲା ଯେ ତାଙ୍କୁ ବିଜୟ ଦିବସ ପରେଡ ଲାଗି ନିମନ୍ତ୍ରଣ କରାଯାଇଛି। ଏବେ ସତ ଜଣାପଡ଼ିବା ପରେ ମଧ୍ୟ ଭାରତ ଏବେ ବି ଅସୀମ ମୁନିରଙ୍କ ଏହି ଗସ୍ତ ଉପରେ ନଜର ରଖିବ, କାରଣ ଏହି ଗସ୍ତ ଭାରତ-ପାକିସ୍ତାନ ମଧ୍ୟ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତିର ଏକ ମାସ ପରେ ହେଉଛି।

ଯୁକ୍ତରାଷ୍ଟ୍ର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ)ର କମାଣ୍ଡର ଜେନେରାଲ ମାଇକେଲ କୁରିଲା ପାକିସ୍ତାନ ବିଷୟରେ କହିଛନ୍ତି, “ସେମାନେ ବର୍ତ୍ତମାନ ଆତଙ୍କବାଦ ବିରୋଧରେ ଲଢ଼େଇରେ ସକ୍ରିୟ ଅଛନ୍ତି ଏବଂ ଆତଙ୍କବାଦ ବିରୋଧୀ ବିଶ୍ୱରେ ଏକ ଅଭୂତପୂର୍ବ ସହଯୋଗୀ ହୋଇଛନ୍ତି।” ସେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ISIS-K ଆତଙ୍କବାଦୀଙ୍କୁ ପିଛା କରିବା ପାଇଁ ପାକିସ୍ତାନୀ ସେନାକୁ ମଧ୍ୟ ପ୍ରଶଂସା କରଛନ୍ତି।

ସୂଚନାଯୋଗ୍ୟ, ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିବା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଥିଲା। ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ନାଗରିକଙ୍କ ପ୍ରତିଶୋଧ ନେବା ପାଇଁ, ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଥିଲା, ଏହି ଆକ୍ରମଣରେ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଇଛି। ଏହା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା, ଯାହାର ପ୍ରତିଶୋଧ ଭାରତୀୟ ସେନା ନେଇଥିଲା।

ଚାରି ଦିନ ଧରି ଚାଲିଥିବା ଏହି ଉତ୍ତେଜନା ପରେ, ଟ୍ରମ୍ପ ଘୋଷଣା କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି କରାଯାଇଛି। ଏହା ପରେ, ସେ ଅନେକ ମଞ୍ଚରେ ଏହାର ଶ୍ରେୟ ନେଇଥିଲେ ଏବଂ କହିଥିଲେ ଯେ ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ମାଛ ଚାଷ ସବସିଡି ପାଇଁ SHGରୁ ନେଉଥିଲେ ଲାଞ୍ଚ

ସୋନପୁର,୫ା୭: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ନିମ୍ନା ପଞ୍ଚାୟତର ମହିଳା ସରପଞ୍ଚ । ମାଛ ଚାଷ ସବସିଡି ପାଇଁ SHG ଠାରୁ ୨୦ ହଜାର ଲାଞ୍ଚ…

ବିହାରରୁ ବଡ଼ ଖବର; ବାଙ୍କିପୁର ଉପନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର, PK ଖେଳିବେ…

ପାଟନା,୫ା୭: ବିହାରର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ହଇଚଇ ସୃଷ୍ଟି ହୋଇଛି । ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ…

ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ: କୋରାପୁଟ ଜିଲାରୁ ବାଦ୍‌ ପଡ଼ିଲେ…

କୋରାପୁଟ,୫ା୭(ଅମିତାଭ ବେହେରା): ରବିବାର କୋରାପୁଟସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରୁ…

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

ମେଟାକୁ କେନ୍ଦ୍ର ସରକାରଙ୍କ ଅଲ୍ଟିମେଟମ୍, ଏହି ବିଜ୍ଞାପନ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ା୭: ଶିଶୁ ଯୌନ ଶୋଷଣ ସହିତ ଜଡିତ ଇନଷ୍ଟାଗ୍ରାମରେ ଦେୟଯୁକ୍ତ ବିଜ୍ଞାପନ ସମ୍ପର୍କରେ ଭାରତ ସରକାର ମେଟା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri