Categories: ଖେଳ

‘ଅନ୍ୟ ଏକ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର’

ଇସଲାମାବାଦ,୭।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ରେ ସେ ଏଯାବତ ୫ ମ୍ୟାଚ୍‌ରେ ୩ ଅର୍ଦ୍ଧଶତକ ମାରିଛନ୍ତି। ଏହାକୁ ନେଇ ପାକିସ୍ତାନର କ୍ରିକେଟରମାନେ ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାସିମ ଅକ୍‌ରମ, ଓ୍ବକାର ୟୁନିସ ଏକ ସ୍ପୋଟ୍ସ ଚ୍ୟାନେଲରେ ସୂର୍ଯ୍ୟକୁମାରଙ୍କ ପ୍ରଶଂସା କରିଛନ୍ତି। ସେମାନେ କହିଛନ୍ତି, ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି। ସେ ସମସ୍ତଙ୍କଠାରୁ ଅଲଗା। ସେ କେବଳ ଜିମ୍ବାଓ୍ବେ ବିପକ୍ଷରେ ନୁହେଁ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ରନ୍‌ କରିଛନ୍ତି।ତାଙ୍କ ପାଖରେ ମଇଦାନର ପ୍ରତିଟି କୋଣକୁ ବଲ୍‌ ପଠାଇବାର ଯୋଗ୍ୟତା ରହିଛି। ଏହି କାରଣରୁ ତାଙ୍କୁ ବର୍ତ୍ତମାନ ସମୟରେ କ୍ରିକେଟଜଗତର ‘୩୬୦ ଡିଗ୍ରୀ’ ଖେଳାଳି ବୋଲି କୁହାଯାଉଛି। ସେ ଟି୨୦ ର଼୍ୟାଙ୍କିଂରେ ମଧ୍ୟ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ତାଙ୍କ ଖେଳ ଦେଖି ମଜା ଆସିଥାଏ ବୋଲି ଉଭୟ କହିଛନ୍ତି।

Share