ନାଗପୁରରେ ଏସିଆର ସର୍ବବୃହତ୍‌ କମଳା ପ୍ରକ୍ରିୟାକରଣ ପ୍ଲାଣ୍ଟ- ବାଲକ୍ରିଷ୍ଣା

ନୂଆଦିଲ୍ଲୀ,୮।୩ (ଅଭୟ ଦାଶ): ପତଞ୍ଜଳିର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ନାଗପୁର ମିହାନ୍‌ (ନାଗପୁରରେ ମଲ୍ଟି-ମୋଡାଲ୍‌ ଇଣ୍ଟରନ୍ୟାଶନାଲ କାର୍ଗୋ ହବ୍‌ ଏବଂ ବିମାନବନ୍ଦର) ଅଞ୍ଚଳରେ ପତଞ୍ଜଳି ମେଗା ଫୁଡ୍‌ ଆଣ୍ଡ୍‌ ହର୍ବାଲ୍‌ ପାର୍କ ୨୦୨୫ ମାର୍ଚ୍ଚ ୯ ରେ ଉଦ୍‌ଘାଟନ ହେବା କାର୍ଯ୍ୟକ୍ରମ ରହିଛି। ଏପରିକି ପତଞ୍ଜଳିର ଏହି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ମିହାନ୍‌ରେ ସ୍ଥାପନ ପାଇଁ ୨୦୧୬ ସେପ୍ଟମ୍ବରରେ ଭୂମି ପୂଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପତଞ୍ଜଳି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ ନାଗପୁରର ମିହାନ୍‌ଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର ଏମ୍‌ଡି ଆଚାର୍ଯ୍ୟ ବାଲକ୍ରିଷ୍ଣା ଯୋଗଦେଇ ପାର୍କ ଉଦ୍‌ଘାଟନ ଓ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏପରିକି ନାଗପୁରର ମିହାନ୍‌ଠାରେ ପତଞ୍ଜଳି ଦ୍ୱାରା ପ୍ରତିଷ୍ଠିତ ‘ପତଞ୍ଜଳି ମେଗା ଫୁଡ୍‌ ଆଣ୍ଡ୍‌ ହର୍ବାଲ ପାର୍କ’ରେ ଏସିଆର ସର୍ବବୃହତ୍‌ କମଳା ପ୍ରକ୍ରିୟାକରଣ ପ୍ଲାଣ୍ଟ ରହିବ ବୋଲି ଆଚାର୍ଯ୍ୟ କହିଛନ୍ତି। ଏହି ପ୍ଲାଣ୍ଟ ଖାଦ୍ୟ ପ୍ରକ୍ରିୟାକରଣର ଏକ ସିଙ୍ଗଲ ପଏଣ୍ଟ ଏବଂ ଏସିଆର ସର୍ବବୃହତ୍‌ ୟୁନିଟ ହେବ। ଏହାକୁ ପ୍ରତିଷ୍ଠା କରି ଆମେ ଗର୍ବିତ ଅନୁଭବ କରୁଛୁ, ଯଦିଓ ଏହି ପ୍ଲାଣ୍ଟ ଆରମ୍ଭ କରିବାରେ ଅନେକ ବାଧା ଆସିଥିଲା, ମଝିରେ କରୋନା ସମୟ ମଧ୍ୟ ଆସିଥିଲା, କିନ୍ତୁ ଶେଷରେ ସେହି ଦିନ ଆସିଗଲା ଯାହାକୁ ଅଞ୍ଚଳର ଚାଷୀମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। ଆଚାର୍ଯ୍ୟ କହିଛନ୍ତି, ଏହି ପ୍ଲାଣ୍ଟକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ୨୦୨୫ ମାର୍ଚ୍ଚ୯ରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ସେ କହିଥିଲେ, ବିଦର୍ଭର ନାମ ନେବା ମାତ୍ରେ ଏଠାରେ କୃଷକମାନଙ୍କ ଆତ୍ମହତ୍ୟା ଏବଂ ନିର୍ଯାତିତ ଏବଂ ଦୁଃଖୀ ଚାଷୀଙ୍କ ଚିତ୍ର ଆପେ ଆପେ ପ୍ରକାଶିତ ହୋଇଯାଏ। ଆମର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଚିତ୍ର ବଦଳାଇବାର କାମ ଖୁବ୍‌ଶୀଘ୍ର ମିହାନ୍‌ର ଏହି କମଳା ପ୍ରକ୍ରିୟାକରଣ ପ୍ଲାଣ୍ଟ ଦ୍ୱାରା କରାଯିବ। ଏଥିରେ ଆମକୁ ଆପଣଙ୍କ ସମର୍ଥନ ଏବଂ ସହଯୋଗ ଆବଶ୍ୟକ ରହିଛି। ଆମେ ଏହି ସମଗ୍ର ଅଞ୍ଚଳ, କୃଷକ ଏବଂ କୃଷି ବ୍ୟବସ୍ଥାର ଭୟଙ୍କର ଅବସ୍ଥାକୁ ବଦଳାଇ ଦେବୁ। ଏହା ଆମର ସଂକଳ୍ପ। ସେହିପରି ଆଚାର୍ଯ୍ୟ କହିଥିଲେ, ଉକ୍ତ ପ୍ଲାଣ୍ଟର ପ୍ରକ୍ରିୟାକରଣ କ୍ଷମତା ପ୍ରତିଦିନ ୮୦୦ ଟନ ରହିବ। ଯେଉଁଥିରେ ଏ ଗ୍ରେଡ୍‌ ବ୍ୟତୀତ, ଆମେ ବି ଏବଂ ସି ଗ୍ରେଡ୍‌ କମଳା, ଅକାଳରେ ପାଚିଥିବା ଉତ୍ପାଦନ ଏବଂ ଝଡ଼ ଯୋଗୁ ପଡ଼ିଯାଇଥିବା କମଳାକୁ ମଧ୍ୟ ପ୍ରକ୍ରିୟାକରଣ କରୁ। ଆମର କାରଖାନା ଶୂନ୍ୟ ଅପଚୟ ପ୍ରଣାଳୀରେ କାମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri