ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୩: ବିର୍ଲା ଓପସ ପେଣ୍ଟସର ବହୁ ପ୍ରତୀକ୍ଷିତ ତଥା ପ୍ରଥମ ଧରଣର ସୁବିଧା କେନ୍ଦ୍ର ‘ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓ’ର ଶୁଭାରମ୍ଭ ଶୁକ୍ରବାର ଗୁରୁଗ୍ରାମଠାରେ ହୋଇଯାଇଛି। ଏପରିକି ଏହି କେନ୍ଦ୍ରରେ ୧୭୦ରୁ ଅଧିକ ଉତ୍ପାଦ ଉପଲବ୍ଧ ହେଉଥିଲାବେଳେ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ବିକଳ୍ପ ସୁବିଧା ସାମିଲ ରହିଛି। ସମଗ୍ର ଭାରତରେ ଖୁଚୁରା ଊପସ୍ଥିତି ବିସ୍ତାର କରିବା ଉଦ୍ଦେଶ୍ୟରେ କମ୍ପାନୀର ଅଭିବୃଦ୍ଧି ରଣନୀତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧୀନ ଗ୍ରାସିମ ଇଣ୍ଡଷ୍ଟ୍ରିଜର ଅଂଶ ବିର୍ଲା ଓପସ ପେଣ୍ଟସର ପ୍ରଥମ ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓ (କମ୍ପାନୀ ମାଲିକାନା ଓ କମ୍ପାନୀ ପରିଚାଳିତ ଷ୍ଟୋର)କୁ ନିକଟରେ ଉନ୍ମୋଚନ କରାଯାଇଛି। ସେହିଭଳି ଅଭିଜ୍ଞତାମୂଳକ ରିଟେଲ ଉପରେ ଧ୍ୟାନ ଦେଇ କମ୍ପାନୀ ଆଗାମୀ ମାସରେ ନୂଆଦିଲ୍ଲୀ, ମୁମ୍ବାଇ, ନଭି ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଜୟପୁର, ଅହମ୍ମଦାବାଦ ଏବଂ ସୁରଟଠାରେ ମଧ୍ୟ ଅତିରିକ୍ତ ଅଭିଜ୍ଞତା କେନ୍ଦ୍ର ଖୋଲିବାକୁ ଯୋଜନା କରିଛି। ଏହା ସହ କମ୍ପାନୀ ଭାରତର ଦ୍ୱିତୀୟ ସର୍ବବୃହତ୍‌ ଡେକୋରେଟିଭ ପେଣ୍ଟସ ବ୍ରାଣ୍ଡ ହେବାର ଲକ୍ଷ୍ୟ ରଖିଛି ା ଏ ସମ୍ପର୍କରେ ବିର୍ଲା ଓପସ ପେଣ୍ଟସର ସିଇଓ ରକ୍ଷିତ ହରଗାଭେ କହିଛନ୍ତି, ଗୁରୁଗ୍ରାମଠାରେ ଆମେ ଆମର ପ୍ରଥମ ଧରଣର ଅଭିଜ୍ଞତା କେନ୍ଦ୍ର ‘ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓ’ କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଭାରତର ରଙ୍ଗ ଅନୁଭବ ଶୈଳୀକୁ ପୁନଃ ନିର୍ଦ୍ଧାରଣ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ। ଭାରତରେ ଉପଭୋକ୍ତାମାନେ ଉତ୍ପାଦ କ୍ରୟ କରିବା କିମ୍ବା ସେବା ପାଇବା ସମୟରେ ନୂତନ ଏବଂ ଅଧିକ ଗଭୀର ବିକଳ୍ପ ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?