Categories: ଖେଳ

ଏସିଆନ୍‌ ଭଲିବଲ: ଭାରତ ରନର୍ସ ଅପ୍‌

ଭୁବନେଶ୍ୱର,୩୧ା୮(ସ୍ପୋଟର୍‌ସ ବ୍ୟୁରୋ): ବାହାରିନର ରିଫାରେ ଚାଲିଥିବା ୨୦ ବର୍ଷରୁ କମ୍‌ ଏସିଆନ୍‌ ଭଲିବଲ ଚାମ୍ପିୟନଶିପରେ ଭାରତ ରୌପ୍ୟ ପଦକ ଜିତିଛି। ୫ଥର ଚାମ୍ପିୟନ ଇରାନ ନିକଟରୁ ଦଳ ଫାଇନାଲରେ ୩-୧(୨୫-୧୨, ୨୫-୧୯, ୨୨-୨୫ ଓ ୨୫-୧୫) ରେ ପରାଜିତ ହୋଇଥିଲା। ଆଟାକର ହର୍ଷିତ, ଅମନ, ସନ୍ଦୀପ, ବ୍ଲକର ଦୁଷ୍ୟନ୍ତ ଓ ଲିବେରୋ କାର୍ତ୍ତିକେୟନ୍‌ଙ୍କ ସହିତ ସେଟର ସମୀରଙ୍କ ପ୍ରଦର୍ଶନ ବେଶ ଚମତ୍କାର ରହିଥିଲା। ଏହା ସହିତ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଥିବା ବେଳେ ୨୦ ବର୍ଷ ପରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଅଧିନାୟକ ଦୁଷ୍ୟନ୍ତଙ୍କୁ ଏସିଆର ଶ୍ରେଷ୍ଠ ବ୍ଲକର୍‌ ଓ କାର୍ତ୍ତିକେୟନଙ୍କୁ ଶ୍ରେଷ୍ଠ ଲିବେରୋ ଘୋଷଣା କରାଯାଇଥିଲା। ଭାରତୀୟ ଦଳର ଏହି ସଫଳତା ପାଇଁ ଭାରତୀୟ ଭଲିବଲ ସଂଘ(ଭିଏଫଆଇ)ର ସଭାପତି ତଥା ସାଂସଦ ଅଚ୍ୟୁତ ସାମନ୍ତ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Share