ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସିଇଓଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ,୫।୧୨: ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଦର ପୁନାଓ୍ବାଲାଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସିଙ୍ଗାପୁରର ଦୈନିକ ଖବର କାଗଜ ଦି ଷ୍ଟ୍ରେଟସ୍‌ ଟାଇମ୍ସ୍‌ ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ଲାଗି ପୁନାଓ୍ବାଲାଙ୍କ ସମେତ ୬ ଜଣଙ୍କୁ ମନୋନୀତ କରାଯାଇଛି। କରୋନା ଭୁତାଣୁ ବିରୋଧରେ ଜାରି ରହିଥିବା ଲଢ଼େଇରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟ ୫ ଜଣଙ୍କ ମଧ୍ୟରେ ଚାଇନାର ଗବେଷକ ଝାଙ୍ଗ୍‌ ୟୋଙ୍ଗଝେନ୍‌, ଚାଇନାର ମେଜର ଜେନେରାଲ ଚେନ୍‌ ଓ୍ବି, ଜାପାନର ଡ. ରାୟୋସି ମୋରିଶିତା ଏବଂ ସିଙ୍ଗାପୁରର ପ୍ରଫେସର ଓଇ ଇଙ୍ଗ୍‌ ଇଓଙ୍ଗ୍‌ ପ୍ରମୁଖଙ୍କ ନାମ ରହିଛି। ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷମାନେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କ୍ଷେତ୍ରରେ ନିଜ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ କରିବା ସହିତ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିଥିବା ଦି ଷ୍ଟ୍ରେଟସ୍‌ ଟାଇମ୍ସ୍‌ ପକ୍ଷରୁ କୁହାଯାଇଛି।

Share