Categories: ଖେଳ

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଦଳ

କଲମ୍ବୋ,୨୫।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟର ସ୍ବର୍ଣ୍ଣ ପଦକ ମୁକାବିଲାରେ ଭାରତୀୟ ମହିଳା ଦଳର ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୯ ଓଭରରେ ୭ ଉଇକେଟ୍‌ ହରାଇ ୧୧୬ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୯୭ ସ୍କୋରରେ ସୀମିତ ରହିଥିଲା। ଫଳରେ ଭାରତ ମ୍ୟାଚ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛି। ୧୮ ବର୍ଷୀୟ ତିତାସ ସାଧୁ ଭାରତ ପାଇଁ ବୋଲିଂରେ ସର୍ବାଧିକ ୩ ଉଇକେଟ୍‌ ନେଇଛନ୍ତି।

ସ୍ବର୍ଣ୍ଣ ପଦକ ମ୍ୟାଚରେ ୧୧୭ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ପକ୍ଷରୁ ଓପନିଙ୍ଗ୍‌ କରିବାକୁ ଅଧିନାୟକ ଚମାରି ଅଟାପାଟ୍ଟୁଙ୍କ ସହ ଅନୁଷ୍କା ସଞ୍ଜିବନୀ ପଡ଼ିଆକୁ ଆସିଥିଲେ। ଅଧିନାୟକ ଅଟାପାଟ୍ଟୁ ଇନିଂସର ପ୍ରଥମ ଓଭରରେ ୧୨ ରନ ସ୍କୋର କରି ଦଳକୁ ଦ୍ରୁତ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ଭାରତ ପାଇଁ ଇନିଂସର ତୃତୀୟ ଓଭର ବୋଲିଂ କରିବାକୁ ଆସିଥିବା ୧୮ ବର୍ଷୀୟ ଦ୍ରୁତ ବୋଲର ତିତାସ ସାଧୁ ପ୍ରଥମ ବଲରେ ଅନୁଷ୍କା ସଞ୍ଜୀବନୀଙ୍କ ଉଇକେଟ୍‌ ନେଇ ଶ୍ରୀଲଙ୍କା ୧୩ ସ୍କୋରରେ ଦଳକୁ ପ୍ରଥମ ଝଟକା ଦେଇଥିଲେ।

Share